ତମାଖୁ ବ୍ୟବସାୟୀଙ୍କ ଘରେ ଚଢାଉ କଲା ଇଡି । ଉତ୍ତରପ୍ରଦେଶର ତମାଖୁ କମ୍ପାନୀର ମୁଖ୍ୟାଳୟରେ ଏକ ବଡ ଧରଣର ଚଢାଉ କରିଛି ଆୟକର ବିଭାଗ । ଏହା ସହିତ ଦିଲ୍ଲୀ, ମୁମ୍ବାଇ, ଗୁଜୁରାଟ ସମେତ ୨୦ଟି ସ୍ଥାନାରେ ଏକକାଳୀନ ଚଢାଉ କରାଯାଇଛି । ଆୟକର ବିଭାଗ ଚଢ଼ାଉ କରିବା ସହିତ କୋଟି କୋଟି ଟଙ୍କା ଓ ବିଳାସପୂର୍ଣ୍ଣ କାର ଜବତ କରିଛି । କମ୍ପାନୀ କାରବାରିରେ ଭୁଲ ଦର୍ଶାଉଥିଲେ ତମାଖୁ ବ୍ୟବସାୟୀ ।ଶେଷରେ ସମସ୍ତ ସତ ଧରାପଡିଲା ସମସ୍ତ କାରବାର ।
ସୂଚନା ଅନୁଯାୟୀ,ଉତ୍ତରପ୍ରଦେଶର କାନପୁରରେ ଏକ ତମାଖୁ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ଚଢ଼ାଉ କରିଛି । ବ୍ୟବସାୟୀ ଜଣକ କମ୍ପାନୀର କାରବାରୀ ୧୦୦-୧୫୦କୋଟି ହେଉଥିବା ବେଳେ ଆୟକର ବିଭାଗ ପାଖରେ କମ୍ପାନୀ ୨୦ରୁ ୨୫ କୋଟି କାରବାର ଦର୍ଶାଇଥିଲେ । ଏଥିପାଇଁ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ପରେ ତାଙ୍କ ଘରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ପରେ ଏତେ ପରିମାଣର ଅର୍ଥ ଠାବ ହେବା ପରେ ଅଧିକାରୀ ମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏଥିସହ ତାଙ୍କ ବିଳାସପୂର୍ଣ୍ଣ କାର ମଧ୍ୟ ଜବତ କରାଯାଇଛି । ଏଥିସହ ଅଧିକ ତଦନ୍ତ ଜାରି ରଖିଛି ଆୟକର ବିଭାଗ ।
ଅଧିକ ପଢନ୍ତୁ :ଫେବୃଆରୀରେ ୧୨.୫ ପ୍ରତିଶତ ବଢିଲା ଜିଏସଟି ଆଦାୟ