ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମନି ଲଣ୍ଡରିଂ ମାମଲାର ଶୁଣାଣି ସମୟରେ ଜେଲରେ ବନ୍ଦ ମୁଖ୍ୟମନ୍ତ୍ରୀ ଅରିବନ୍ଦ କେଜ୍ରିୱାଲଙ୍କୁ ନିର୍ବାଚନ ପ୍ରଚାର ଲାଗି ଅନ୍ତରୀଣ ଜାମିନ ପ୍ରଦାନ କରିବାର ସଂକେତ ମିଳିଥିଲା । କିନ୍ତୁ ସମ୍ଭତଃ ଶୁକ୍ରବାର ଆସିବାକୁ ଥିବା ରାୟ ପୂର୍ବରୁ ଇଡି ଯେଉଁ ସତ୍ୟପାଠ ଉପସ୍ଥାପନ କରିଛି, ଏହା ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଆକଳନ କରାଯାଉଛି ।
ଇଡି କହିଛି ଯେ, ଆଜି ପର୍ଯ୍ୟନ୍ତ କୌଣସି ରାଜନେତାଙ୍କୁ ନିର୍ବାଚନ ପ୍ରଚାର ଲାଗି ଅନ୍ତରୀଣ ଜାମିନ ଦିଆଯାଇ ନାହିଁ । ଅନ୍ୟପଟରେ କେଜ୍ରିୱାଲଙ୍କ ଆଇନଜୀବୀମାନେ ଇଡିର ସତ୍ୟପାଠ ବିରୋଧରେ ସୁପ୍ରିମକୋର୍ଟ ରେଜିଷ୍ଟ୍ରିରେ ଅଭିଯୋଗ ସହ କହିଛନ୍ତି ଯେ, ଏହି ଆଇନଗତ ପ୍ରକ୍ରିୟାର ଅବହେଳା ଏବଂ କୋର୍ଟଙ୍କ ବିନା ଦାଖଲ କରାଯାଇଛି ।
ମାତ୍ର କୋର୍ଟ କେଜ୍ରିୱାଲଙ୍କ ସମ୍ମୁଖରେ ସର୍ତ୍ତ ରଖିଥିଲେ ଯେ, ଯଦି ତାଙ୍କୁ ନିର୍ବାଚନ ପ୍ରଚାର ଲାଗି ଜାମିନ ଦିଆଯାଏ, ମୁଖ୍ୟମନ୍ତ୍ରୀ ଭାବେ କାମ କରିପାରିବେ ନାହିଁ ଏବଂ କୌଣସି ଫାଇଲରେ ଦସ୍ତଖତ କରିପାରିବେ ନାହିଁ । ଇଡି ମଧ୍ୟ କେଜ୍ରିୱାଲଙ୍କୁ ନିର୍ବାଚନ ପ୍ରଚାର ଲାଗି ଅନ୍ତରୀଣ ଜାମିନ ଦେବାକୁ ବିରୋଧ କରିଥିଲା ଏବଂ କହିଥିଲା ।