ଦିଲ୍ଲୀରେ ପୁଣି ଡ଼ରାଇଲାଣି କରୋନା, ୧୪ ଦିନର ଦୁଇଗୁଣ ବଢିଲା ଡାକ୍ତରଖାନା ଆଡ୍ମିଶନ ସଂଖ୍ୟା ନୂଆଦିଲ୍ଲୀ,ଅଗଷ୍ଟ ୧୭(ଖବର ଓଡିଶା): Share story: ରାଜଧାନୀ ଦିଲ୍ଲୀରେ ପୁଣି ଥରେ ମାତୁଛି କରୋନା। ୧୪ ଦିନରେ ଦିଲ୍ଲୀରେ ଡାକ୍ତରଖାନାରେ ଆଡ୍ମିଶନ ସଂଖ୍ୟା ଦୁଇଗୁଣ ହୋଇଛି। ସେହିପରି ମୃତ୍ୟ ସଂଖ୍ୟାରେ ବୃଦ୍ଧି ହେଉଥିବା ଦେଖିବାକୁ ମିଳିଛି। ଅଗଷ୍ଟ ୧ ତାରିଖ ଠାରୁ ଏପର୍ଯ୍ୟନ୍ତ ହସ୍ପିଟାଲ୍ ଆଡମିସନ ଓ ଆଇସିୟୁରେ ଭର୍ତ୍ତି ସଂଖ୍ୟା ଦୁଇଗୁଣ ହୋଇଛି। ଅଗଷ୍ଟ ୧ ତାରିଖରେ ୩୦୭ ରୋଗୀ ଡାକ୍ତରଖାନାରେ ଅଡ୍ମିସନ ଥିଲା। ହେଲେ ଏବେ ଏହି ସଂଖ୍ୟା ୫୮୮ ହୋଇଥିବା ବେଳେ ସେଥିମଧ୍ୟରୁ ୨୦୫ ଅକ୍ସିଜେନ୍ ସପୋର୍ଟରେ ରହିଥଇବା ବେଳେ ୨୨ ଭେଣ୍ଟିଲେଟରରେ ଅଛନ୍ତି। ଅଗଷ୍ଟରେ ଆସିୟୁ ଆଡ୍ମିଶନ୯୮ ଥିବା ବେଳେ ଅଗଷ୍ଟ ୧୬ ସଂଖ୍ୟା ବଢ଼ି ୨୦୨ ହୋଇଛି। ଟେଷ୍ଟ ପଜିଟିଭ୍ ରେଟ ପାଖାପାଖି ୨୦ ପ୍ରତିଶତ ବଢୁଥିବା ବେଳେ ଦିନକୁ ଦିନ ଡାକ୍ତରଖାନା ଆଡ୍ମିଶନ ସଂଖ୍ୟା ବୃଦ୍ଧି ହେଉଛି। ଯେଉଁମାନେ ବୁଷ୍ଟର ଡୋଜ୍ ନେଇଛନ୍ତି ସେମାନେ ଅନ୍ୟମାନଙ୍କ ଅପେକ୍ଷା ସୁରକ୍ଷିତ ବୋଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି। ଖବର ଓଡ଼ିଶା, Reporter, 17/08/2022