ବର ବେଶରେ ଥିଲେ ବର ହଠାତ ବାଜିଲା ଗୁଳି । ବରଯାତ୍ରୀ ଧରି କନିଆ ଅଭିମୁଖେ ବାହାରିଲେ ବର । ବାଜା ବାଣରେ ଫାଟି ପଡୁଥିଲା ରାସ୍ତା ଘାଟ । ଏହି ସମୟରେ ଘଟିଗଲା ଅଘଟଣ । ହଠାତ ସମ୍ଫର୍କୀୟଙ୍କ ଭାଇ ପହଁଚି ତାଙ୍କ ଉପରେ ଗୁଳି ଫୁଟେଇବାକୁ ଲାଗିଲେ । ଏହା ପରେ ବରର ସବୁ ଯେମିତି କ୍ଷଣିକ ପାଇଁ ଧୂଳିସାତ ହୋଇଗଲା । ଆଉ ପରିଗବେଶଟା ପୂରା ଶାନ୍ତ ପଡିଗଲା । ବର ବେଦୀରେ ପହଁଚିବା ପୂର୍ବରୁ ହସ୍ପଟିଲରେ ପହଁଚିଲା । ତେବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ରାମପୁର ଠାରେ ।
ରାମପୁର ଅଞ୍ଚଳର ହରିଦୟାଲାଲଙ୍କ ଝିଅଙ୍କ ବିବାହ ଉତ୍ତରାଖଣ୍ତର ଓମ୍ ପ୍ରକାଶଙ୍କ ପୁଅ କରଣଙ୍କ ସହ ସ୍ଥିର ହୋଇଥିଲେ । ତେଣୁ କରଣ ବରଯାତ୍ରୀ ସହ ସ୍ଥିର ହୋଇଥିଲେ । ତେଣୁ କରଣ ବରଯାତ୍ରୀ ସହ ରୋଷଣୀ କରି କନିଆ ଘର ଅଭିମୁଖେ ବହାରିଥିଲେ । ମାତ୍ର ହଠାତ ରାସ୍ତା ଘଟିଗଲା ଅଘଟଣ । ତେବେ ସୂଚନା ଅନୁସାରେ, ବରଙ୍କ ଭାଇଙ୍କ କହିବା ଅନୁସାରେ ବରଘର ସହ ତାଙ୍କ ମାଉସୀଙ୍କର ପଡୁ ନଥିଲା ସେଥିପାଇଁ ସେ ବାହଘରକୁ ଡାକି ନଥିଲେ । ବରଙ୍କ ଭାଇଙ୍କ କହିବାନୁଯାୟୀ, ତାଙ୍କ ପରିବାର ସହ ମାଉସୀଙ୍କ ପରିବାରର ସମ୍ପର୍କ ଭଲ ନ ଥିବାରୁ ବିବାହ ଉତ୍ସବକୁ ସେମାନଙ୍କୁ ନିମନ୍ତ୍ରଣ କରାଯାଇ ନ ଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ମାଉସୀ ପୁଅ ପ୍ରତିଶୋଧ ନେବାକୁ ସୁଯୋଗ ଅପେକ୍ଷାରେ ଥିଲେ। ଆଉ ବରକୁ ଗୁଳି କରି ଫେରାର ହୋଇ ଯାଇଛି। ତୁରନ୍ତ କରଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସେ ବିପଦମୁକ୍ତ ଥିବା ଜଣାଯାଇଛି। ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କ ତଲାସୀ ଆରମ୍ଭ କରିଛି। ଏହି ଘଟଣା ଶୁଣି କନିଆ ଘର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ କରଣଙ୍କ ସୁସ୍ଥ ହେବାକୁ ଅପେକ୍ଷା କରିଛନ୍ତି।
ଅଧିକା ପଢନ୍ତୁ:ବାଘ ଆକ୍ରମଣରେ ଜଣେ ମୃତ!