ଗୁରୁବାର ଦୁର୍ଘଟଣାଗ୍ରସ୍ତ ହେଲା ଟ୍ରେନିଂ ଫାଇଟର ଜେଟ୍ । ଏହି ଦୁର୍ଘଟଣାରେ ଜଣେ ପାଇଲଟଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ପାଇଲଟ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।
ସୂଚନା ଅନୁସାରେ, ଗୁରୁବାର ବାଲାଂଦେଶରେ ଘଟିଛି ଏକ ଅଭାବନୀୟ ଘଟଣା । ବାଲାଂଦେଶର ଏକ ଏୟାରଫୋର୍ସର ଟ୍ରେନିଂ ଫାଇଟର ଜେଟ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ ବେସ୍ କ୍ୟାମ୍ପକୁ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା । ଜେଟ୍ ଆସୁଥିବା ସମୟରେ ମଝି ଆକାଶରେ ନିଆଁ ଲାଗିଯାଇଥିଲା । ଜେଟ୍ ରେ ଦୁଇ ଜଣ ପାଇଲଟ ଥିଲେ । ସେମାନେ ଉପସ୍ଥିତ ବୁଦ୍ଧି ଖଟାଇ ଜେଟ୍ କୁ ଜନବସତି ଦୂରକୁ ନେଇଯାଇଥିଲେ ।
ଜେଟ୍ ମଝି ଆକାଶରେ ବୁଲିବା ପରେ ନଦୀରେ ଖସିପଡିଥିଲା । ମତ୍ସ୍ୟଜୀବୀମାନେ ନଦୀରୁ ଦୁଇ ପାଇଲଟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି କହିଥିଲେ । ଅନ୍ୟ ଜଣେ ପାଇଲଟ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ମୃତ ପାଇଲଟଙ୍କ ପରିଚୟ ମିଳିଛି ବୋଲି ସୂଚନା ମିଳିଛି ।