ପୁଣି ପାକିସ୍ତାନର ଦୁଷ୍ଟ ବୁଦ୍ଧି ଧରାପଡିଲା । ପାକିସ୍ତାନ ତାର ଡ୍ରୋନ୍କୁ ପଞ୍ଜାବ ସୀମାରେ ଉଡାଉଥିଲା । ଆଉ ଏହି ଡ୍ରୋନ୍କୁ ବିଏସ୍ଏଫ୍ ଯବାନମାନେ ଗୁଳି କରି ତଳକୁ ଖସାଇଦେଇଛନ୍ତି । ସୂଚନା ଅନୁସାରେ, ସୋମବାର ପଞ୍ଜାବର ଫେରୋଜପୁର ଜିଲ୍ଲାରେ ପାକିସ୍ତାନୀ ଡ୍ରୋନ ଠାବ କରାଯାଇଛି । ପାକିସ୍ତାନର ଏହି ଡ୍ରୋନ୍ ଚୋରାଚାଲାଣ ପାଇଁ ବ୍ୟବହାର କରାଯାଉଥିବାର ସନ୍ଦେହ କରାଯାଉଛି । ପାକିସ୍ତାନ ଏହି ଡ୍ରୋନ୍ ମାଧ୍ୟମରେ କିଛି ଗୁପ୍ତ ତଥ୍ୟ ଚୋରି କରିବା ପାଇଁ ଯୋଜନା କରୁଥିବା ଅନୁମାନ କରାଯାଉଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ହେବା ସହିତ ସୁରକ୍ଷାମାନେ ସୀମାରେ ନିଜର ନଜରକୁ ଆହୁରି ତୀକ୍ଷ୍ଣ କରିଛନ୍ତି । ଭାରତର ଗୁପ୍ତ ତଥ୍ୟ ଜାଣିବା ପାଇଁ ପାକିସ୍ତାନ ବହୁ ସମୟରେ ତାର ଡ୍ରୋନ୍କୁ ଭାରତୀୟ ସୀମାକୁ ପଠାଇଥାଏ । ଏ କାର୍ଯ୍ୟ ପାକିସ୍ତାନର ପ୍ରଥମ କାର୍ଯ୍ୟ ନୁହେଁ ।
ଆଗକୁ ପଢ଼ନ୍ତୁ :ପାକିସ୍ଥାନ ଜେଲ୍ରୁ ମୁକୁଳିଲେ ୮୦ ମତ୍ସ୍ୟଜୀବୀ