ସ୍ମାର୍ଟଫୋନ୍ ମଣିଷ ଜୀବନକୁ ଅନେକ ସହଜ କରିଦେଇଛି । ଆଜିକାଲି ସମସ୍ତଙ୍କ ପୁରା ଦୁନିୟା ତାଙ୍କ ସ୍ମାର୍ଟଫୋନ୍ ରେ ସୀମିତ ରହି ଯାଇଛି । ସକାଳେ ଆଖି ଖୋଲିବା ପରା ଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ସମସ୍ତେ ଫୋନରେ ସମୟ ଅତିବାହିତ କରିଥାନ୍ତି । ଛୋଟ ରୁ ଛୋଟ କାମକୁ ଅତି ସହଜ କରିଥାଏ ସ୍ମାର୍ଟଫୋନ୍ । ଯୁବପିଢ଼ି ସହ ଛୋଟ ପିଲା ଏବଂ ବୃଦ୍ଧମାନେ ମଧ୍ୟ ଫୋନ ର ମାୟା ଠାରୁ ବଞ୍ଚି ପରି ନାହାନ୍ତି । ଆଜିକାଲି ପିଲାମାନେ ବିନା ଫୋନରେ ଖାଇବାକୁ ପସନ୍ଦ କରୁ ନଥିବା ବେଳେ ଘରେ ବସି ନିଜେ ବୋରିଂ ନ ହେବା ପାଇଁ ଫୋନ ଦେଖି ସମୟ ଅତିବାହିତ କରୁଛନ୍ତି ।
ହେଲେ ଧିରେ ଧିରେ ସମସ୍ତେ ଆଡିକ୍ଟେଡ୍ ହୋଇଯାଇଛନ୍ତି ଭାରତୀୟ | ତେବେ ଏହାକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ପ୍ରାୟ ୧୫ ମିନିଟ୍ରେ ୮୪ ପ୍ରତିଶତ ଭାରତୀୟ ନିଜର ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି । ୩୧ ପ୍ରତିଶତ ଲୋକ ନିଜୟ ସମ୍ପୂର୍ଣ୍ଣ ସମୟ ସ୍ମାର୍ଟଫୋନ୍ରେ ବିତାନ୍ତି ଏବଂ ଗୋଟିଏ ଦିନରେ ହାରାହାରି ୮୦ ଥର ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି । ଏହାସହ ୨୦୧୦ରେ ଜଣେ ଦିନକୁ ହାରାହାରି ୨ ଘଂଟା ମୋବାଇଲ ବ୍ୟବହାର କରୁଥିବା ବେଳେ ଏବେ ଏହା ପ୍ରାୟ ୫ ଘଂଟାରେ ପହଂଚିଛି । ବିସିଜି ତା’ର ରିପୋର୍ଟରେ ଦର୍ଶାଇଛି ଯେ, ପୂର୍ବ ଅପେକ୍ଷା ବର୍ତ୍ତମାନ ସ୍ମାର୍ଟଫୋନ୍ର ବ୍ୟବହାର ଦ୍ରୁତଗତିରେ ବଢ଼ିଛି ।