ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଆସାମରୁ ଗଲା ୭୦୦୦ ବାଉଁଶ ଖଣ୍ଡ । ଆଉ ମାତ୍ର କିଛି ଦିନ ପରେ ମନ୍ଦିରରେ ବିରାଜିବେ ପ୍ରଭୁ ରାମଲାଲା । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ହୋଇଗଲାଣି । ଚଳଚଂଚଳ ହୋଇପଡିଛି ଅଯୋଧ୍ୟା ନଗର । ଭାରତର କୋଣ ଅନୁକୋଣରୁ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ଗୋଟିଏ ପରେ ଗୋଟେ ସାମଗ୍ରୀ ଅଯୋଧ୍ୟାରେ ପହଁଚୁଛି । ଏହାରି ମଧ୍ୟରେ ଅସ୍ମରୁ ଗଲା ୭୦୦୦ ବାଉଁଶ ଖଣ୍ଡ ।
ଜାନୁଆରୀ ୨୨ ତାରିଖରେ ରାମଲାଲାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଲାଗିବ ପାଇଁ ୭୦୦୦ ବାଉଁଶ ଖଣ୍ଡ ଭାରତର ଉତ୍ତର-ପୂର୍ବାଞ୍ଚଳ ଆସାମର ବୋକୋ ସହରରୁ ଅଯୋଧ୍ୟାକୁ ବାହାରିଛି । ଏଥିପାଇଁ ଗତକାଲି ସନ୍ଧ୍ୟାରେ ବୋକୋ ସହରରୁ ଏକ ଟ୍ରକ ବାହାରି ଲାମ୍ବି ଅଞ୍ଚଳ ଦେଇ ଅଯୋଧ୍ୟାକୁ ବାହାରିଯାଇଛି ।
ସୂଚନା ଅନୁଯାୟୀ, ଆସାମରୁ ଅଯୋଧ୍ୟା ଅଭିମୁଖେ ୭୦୦୦ ବାଉଁଶ ଖଣ୍ଡକୁ ନେଇ ୧୦ ଚକ ବିଶିଷ୍ଟ ଏକ ବୋଝେଇ ଟ୍ରକ ବାହାରିଛି । ବୋକୋରୁ ଆସାମର ଦୂରତା ଦୀର୍ଘ ୧୨୫୦ କିଲୋମିଟର । ବାଉଁଶ ପାଇଁ ଅଯୋଧ୍ୟାରୁ ବରାଦ ଆସିଥିଲା । ଏହା ପରେ ଆସାମ ଓ ମେଘାଳୟ ସୀମାରୁ ବାଉଁଶ ଗଛରୁ ଏହାକୁ ସଂଗ୍ରହ କରାଯାଇ ଅଯୋଧ୍ୟାକୁ ପଠାଯାଇଛି । ତେବେ ବାଉଁଶ ଆସିଥିବା ଅଂଚଳର ଲୋକଙ୍କ ମଧ୍ୟରେ ଏକ ଖୁସିର ଲହରୀ ଖେଳିଯାଇଛି।
ଅଧିକ ପଢନ୍ତୁ :ରାମଲାଲାଙ୍କ ମନ୍ଦିରରେ ରହିବ ୧୪ଟି ସୁନା ଛାଉଣୀ କବାଟ