ନୂଆଦିଲ୍ଲୀ : ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଏବେ ଦେଶରେ ୩୨ ଟି ବିମାନ ବନ୍ଦର ବନ୍ଦ ରହିଛି । ଆସନ୍ତା ମେ ୧୪ ତାରିଖ ସକାଳ ସାଢେ ୫ଟା ପର୍ଯ୍ୟନ୍ତ ବିମାନ ବନ୍ଦର ଗୁଡିକ ବନ୍ଦ ରହିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ନେଇ ଏୟାର ଇଣ୍ଡିଆ ମଧ୍ୟ Xରେ ପୋଷ୍ଟ କରିଛି । ପାକିସ୍ତାନ ପକ୍ଷରୁ ଭାରତର ପଶ୍ଚିମ ସୀମାରେ ଅଘୋଷିତ ଆକ୍ରମଣ ଜାରି ରହିଥିବାରୁ ଏହି ବିମାନ ବନ୍ଦରଗୁଡିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ପଞ୍ଜାବର, ହିମାଚଳ ପ୍ରଦେଶର , ଚଣ୍ଡିଗଡ, ଜମ୍ମୁକଶ୍ମୀର , ଲଦାଖ, ରାଜସ୍ଥାନ, ଗୁଜରାଟ ଆଦି ବିମାନ ବନ୍ଦର ଗୁଡିକରୁ ବନ୍ଦ ରହିଛି । ବିମାନ ବନ୍ଦରଗୁଡିକୁ ଟାର୍ଗେଟ କରି ପାକିସ୍ତାନ ଡ୍ରୋନ ଆକ୍ରମଣ କରୁଥିବାରୁ ଏୟାରଲାଇନ୍ସଗୁଡିକୁ ବିମାନ ଉଡାଣ ରଦ୍ଦ କରିବାକୁ ପଡୁଛି ।
ପୂର୍ବରୁ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି ବିମାନବନ୍ଦରଗୁଡ଼ିକୁ ମେ ୧୦ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଘୋଷଣା କରିଥିଲା। ଏବେ ଏହାକୁ ଏବେ ମେ’ ୧୫ ମଇ ସକାଳ ୫.୨୯ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ବିମାନବନ୍ଦରଗୁଡିକ ହେଉଛି ଅଦମପୁର, ଅମ୍ବାଲା, ଅମୃତସର, ଅବନ୍ତୀପୁର, ବାଥିଣ୍ଡା, ଭୁଜ, ବିକାନେର, ଚଣ୍ଡିଗଡ଼, ହଲୱାରା, ହିଣ୍ଡନ, ଜୈସଲମେର, ଜାମ୍ମୁ, ଜାମନଗର, ଯୋଧପୁର, କାନ୍ଦଲା, କାଙ୍ଗ୍ରା (ଗଗଲ), କେଶୋଡ, କିଶାନଗଡ଼, କୁଲୁ ମନାଲି (ଭୁଣ୍ଟର), ଲେହ, ଲୁଧିଆନା ମୁନ୍ଦ୍ରା, ନଲିଆ, ପଠାନକୋଟ, ପଟିଆଲା, ପୋରବନ୍ଦର, ରାଜକୋଟ (ହିରସର), ସରସ୍ୱା, ଶିମଲା, ଶ୍ରୀନଗର, ଥୋଏସ୍, ଏବଂ ଉତ୍ତରାଲାଇ।
ଏହାବ୍ୟତୀତ ବିମାନ ସଂସ୍ଥାଗୁଡ଼ିକ ମଧ୍ୟ ଯାତ୍ରୀଙ୍କ ପାଇଁ ଯାତ୍ରା ନିର୍ଦ୍ଦେଶାବଳି ଜାରି କରିଛନ୍ତି। ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରେ ଏୟାର ଇଣ୍ଡିଆ ମେ’ ୧୫ ସନ୍ଧ୍ୟା ୫.୩୦ ପର୍ୟ୍ୟନ୍ତ ବିମାନ ବାତିଲ କରିଛି। ୧୦ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ମେ’ ୧୫ ପର୍ଯ୍ୟନ୍ତ ବାତିଲ ହୋଇଛି। ବିମାନ ବନ୍ଦରଗୁଡିକୁ ଟାର୍ଗେଟ କରି ପାକିସ୍ତାନ ଡ୍ରୋନ ଆକ୍ରମଣ କରୁଥିବାରୁ ଏୟାରଲାଇନ୍ସଗୁଡିକୁ ବିମାନ ଉଡାଣ ରଦ୍ଦ କରିବାକୁ ପଡୁଛି । ଫଳରେ ଯାତ୍ରୀ ଓ ଏୟାରଲାଇନ୍ସଗୁଡିକୁ କ୍ଷତି ସହିବାକୁ ପଡୁଛି। ଯେଉଁଥିପାଇଁ ଟିକେଟ ବାତିଲ ଉପରେ ଯାତ୍ରୀମାନଙ୍କୁ ପୂର୍ଣ୍ଣ ଫେରସ୍ତ କିମ୍ବା ଥରେ ମାଗଣା ପୁନଃବୁକିଂର ସୁବିଧା ଦିଆଯାଉଛି।