ଚତୁର୍ଥ ଶ୍ରେଣୀର ଜଣେ ଛାତ୍ରଙ୍କର ପରୀକ୍ଷା ଫଳାଫଳରେ ତାଙ୍କୁ ୨୦୦ ମାର୍କରୁ ମିଳିଛି ୨୧୨ ମାର୍କ। ତେବେ ଏଭଳି ଘଟଣା ଗୁଜରାଟର ଦାହୋଦ ଜିଲାର ଖରସାନା ଗାଁର ଏକ ସ୍ଥାନୀୟ ପ୍ରାଇମେରୀ ସ୍କୁଲରେ ଘଟିଛି। ଯାହା ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଚର୍ଚାର ବିଷୟ ପାଲଟିଛି। ଏପରିକି ସେହି ରିପୋଟ କାର୍ଡ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସୂଚନା ମୁତାବକ, ଗୁଜରାଟର ଦାହୋଦ ଜିଲାର ଖରସାନା ଗାଁର ଏକ ସ୍ଥାନୀୟ ପ୍ରାଇମେରୀ ସ୍କୁଲରେ ଜଣେ ଛାତ୍ର ଚତୁର୍ଥ ଶ୍ରେଣୀରେ ପରୀକ୍ଷା ଦେଇଥିଲେ। ଏହାପରେ ଗୁଜରାତୀ, ଗଣିତ, ପରିବେଶ, ହିନ୍ଦୀ, ଇଂରାଜୀ ଏବଂ ବ୍ୟକ୍ତିତ୍ବ ବିକାଶର ପରୀକ୍ଷାର ମାର୍କ ରିପୋର୍ଟ କାର୍ଡରେ ବାହାରିଥିଲା। ଛାତ୍ର ଜଣଙ୍କ ସମୁଦାୟ ୬ଟି ବିଷୟରୁ ୨ଟି ବିଷୟରେ ୨୦୦ ମାର୍କରୁ ଗୋଟିଏରେ ୨୧୧ ଏବଂ ଅନ୍ୟଟିରେ ୨୧୨ ନମ୍ବର ରଖିଛନ୍ତି। ଯାହା ଦେଖି ଛାତ୍ରଙ୍କ ପରିବାର ଲୋକେ ଏବଂ ଅନ୍ୟମାନେ ଆଶ୍ଚର୍ଯ୍ୟ ହୋଇଥିଲେ। ଏହାପରେ ସେହି ରିପୋଟ କାର୍ଡ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏହାକୁ ନେଇ ସ୍କୁଲ କତୃପକ୍ଷ ଭୁଲ କରିଥିବାରୁ ତାଙ୍କ ଉଆଁରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।