ଜାମ୍ମୁ କାଶ୍ମୀରର ଉରି ସେକ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ପାକିସ୍ତାନୀ ଆତଙ୍କୀ ନିପାତ । ଭାରତୀୟ ସେନାଙ୍କ ସୂଚନା ଅନୁସାରେ, ଆତଙ୍କବାଦୀମାନେ ଶୀତ ଋତୁର ଫାଇଦା ଉଠାଇ ଦେଶର ସୀମାକୁ ପ୍ରବେଶ କରିଥିଲେ । ଶୀତ ଋତୁରେ ବରଫ ପଡ଼ିବା ଓ କୁହୁଡି ପଡ଼ିବା ଦେଖି ପାକିସ୍ତାନୀ ଆତଙ୍କୀମାନେ ସୀମାକୁ ପ୍ରବେଶ କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ତାଙ୍କ ଚେଷ୍ଟା ଭାରତୀୟ ସୁରକ୍ଷାକର୍ମୀମାନେ ବିଫଳ କରିଦେଇଛନ୍ତି । ଆତଙ୍କବାଦୀମାନଙ୍କୁ ବୋଧ ହୁଏ, ଜଣା ନ ଥିଲା ଯେ, ଯେତେ ବର୍ଷା, ଖରା ଓ ଶୀତରେ ମଧ୍ୟ ସୁରକ୍ଷାକର୍ମୀମାନେ ଦେଶରେ ସୀମାରେ ଛିଡା ହୋଇ ଦେଶକୁ ସୁରକ୍ଷା ଦେଇଥାନ୍ତି ।
ଶୀତ ଦିନରେ କୁହୁଡି ପଡିଲେ ଦୂରକୁ ଦେଖିବା ଏତେ ସହଜ ହୋଇନଥାଏ । ସେଥିପାଇଁ ପାକିସ୍ତାନୀ ଆତଙ୍କବାଦୀମାନେ ସୁଯୋଗ ନେଇ ସୀମାରେ ପ୍ରବେଶ କରିଥିଲେ ଯେ, କେହି ବି ତାଙ୍କୁ ଦେଖିପାରିବେନି । କିନ୍ତୁ ଭାରତୀୟ ସୁରକ୍ଷାକର୍ମୀମାନେ ସବୁବେଳେ ନିଜ ଦେଶ ପାଇଁ ସଜାଗ ହୋଇଥାନ୍ତି । ଯେତେବେଳେ ପାକିସ୍ତାନୀ ଆତଙ୍କବାଦୀମାନେ ସୀମାରେ ପ୍ରବେଶ କଲେ ଭାରତୀୟ ସୁରକ୍ଷାକର୍ମୀମାନେ ଆତଙ୍କବାଦୀମାଙ୍କ ଉପରକୁ ଗୁଳି ଚାଳନ କରିଥିଲେ । ଆଉ ସେହି ଗୁଳିଚାଳନରେ ୨ ପାକିସ୍ତାନୀ ଆତଙ୍କୀ ନିପାତ ହୋଇଛନ୍ତି । ବର୍ତ୍ତମାନ ସୁରକ୍ଷାକର୍ମୀମାନେ ଏବେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି କରିଛନ୍ତି ବୋଲି ସୂଚନା ମିଳିଛି ।
ଆଗକୁ ପଢ଼ନ୍ତୁ : ପଞ୍ଜାବ ସୀମାରେ ଉଡିଲା ପାକିସ୍ତାନୀ ଡ୍ରୋନ