କୋଲକାତା: ପଶ୍ଚିମବଙ୍ଗ ବିଧାନସଭାରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗୃହୀତ ହୋଇଛି । ପ୍ରସ୍ତାବରେ ଦାବି କରାଯାଇଛି ଯେ, ରାଜ୍ୟରେ ଭୋଟର ତାଲିକା ସ୍ୱତନ୍ତ୍ର ପୁନଃନିରୀକ୍ଷଣ(ଏସଆଇଆର)କୁ ନେଇ ପ୍ରଚାର ଖବର ଏବଂ ଚିନ୍ତା କାରଣରୁ ୧୦୭ ଜଣଙ୍କ ପ୍ରାଣହାନୀ ଘଟିଛି । ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାର ପୁନଃନିରୀକ୍ଷଣ ପାଇଁ ସାର ପ୍ରକ୍ରିୟା ଚାଲିଛି । ରାଜ୍ୟରେ କ୍ଷମତାସୀନ ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି ଯେ, ଏହି ପ୍ରକ୍ରିୟା କାରଣରୁ ସାଧାରଣ ଜନତାଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହା ଏନଆରସିର ଦ୍ୱିତୀୟ ରୂପ । ଏହା ମାଧ୍ୟମରେ ସେମାନଙ୍କ ନାଁ ଭୋଟର ତାଲିକାରୁ କଟା ଯାଇଛି ଏବଂ ସେମାନଙ୍କ ନାଗରିକତା ଉପରେ ପ୍ରଶ୍ନ ଉଠୁଛି ।
ବିଧାନସଭାରେ ଉପସ୍ଥାପିତ ପ୍ରସ୍ତାବ ଅନୁସାରେ, ଭୋଟର ତାଲିକାରୁ ନାଁ କଟିବା ଏବଂ ଦସ୍ତାବିଜ ନ ଥିବା ଡରରେ ମାସନିକ ଚିନ୍ତା କାରଣରୁ ଏ ପର୍ଯ୍ୟନ୍ତ ୧୦୭ ଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ଅନେକ ଲୋକ ଆତ୍ମହତ୍ୟା କରିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କ ପାର୍ଟି ଅଭିଯୋଗ କରିଛି ଯେ, ବିଜେପି ଓ କେନ୍ଦ୍ର ସରକାର ପଶ୍ଚିମବଙ୍ଗ ଲୋକଙ୍କୁ ଡରାଇବା ଏବଂ ଗଣତନ୍ତ୍ର ଅଧିକାରକୁ ଛଡାଇ ନେବା ପାଇଁ ଏହି ପ୍ରକ୍ରିୟାକୁ ଆପଣେଇଛନ୍ତି । ପ୍ରସ୍ତାବରେ ଭାରତ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟପ୍ରଣାଳୀ ଉପରେ ମଧ୍ୟ ପ୍ରଶ୍ନ ଉଠିଛି । ମୁଖ୍ୟମନ୍ତ୍ରୀଙ୍କ କହିବା କଥା ଆୟୋଗ ଓ କେନ୍ଦ୍ର ସରକାରଙ୍କୁ ଏହି ସବୁ ମୃତ୍ୟୁ ପାଇଁ ଦାୟୀ ରହିବା ଉଚିତ୍ ।
ଏହା ପୂର୍ବରୁ ଗତକାଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜଣେ ଓକିଲ ହିସାବରେ ସୁପ୍ରିମକୋର୍ଟରେ ଏସଆଇଆର ବିରୋଧରେ ନିଜର ତଥ୍ୟ ରଖିଛନ୍ତି । ଏହି ପ୍ରକ୍ରିୟାରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟକୁ ଅନୁରୋଧ କରିଛନ୍ତି । ଯଦ୍ୱାରା ଦେଶର ଗଣତନ୍ତ୍ରର ରକ୍ଷା କରାଯାଇ ପାରିବ । ସେ ଅଭିଯୋଗ କରିଛନ୍ତି ଯେ, ଏସଆଇଆର ଜରିଆର ରାଜ୍ୟକୁ ଟାର୍ଗେଟ୍ କରାଯାଉଛି । ଏଥିରେ ରାଜ୍ୟବାସୀଙ୍କ ଅଧିକାରର କ୍ଷୁର୍ଣ୍ଣ ହେଉଛି । ମମତା ବାନାର୍ଜୀ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ପ୍ରଥମ ଥର ସର୍ବୋଚ୍ଚ ନ୍ୟାୟାଳୟରେ ବିତର୍କ କରି ଉଦାହରଣ ସୃଷ୍ଟି କରିଛନ୍ତି ।
Also read: ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚର୍ଚ୍ଚାରେ ଏଥର ଭାଷଣ ଦେବେ ନାହିଁ ପିଏମ ମୋଦୀ, ୨୦୦୪ ପରେ ପ୍ରଥମ ଥର ଘଟିଲା ଏମିତି