ଥମୁନି ଧଳା ଜହର କାରବାର: ପୁଣି ୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ
Khabar Odisha:white-poison-deal-2-lakh-rupees-worth-of-brown-sugar-seized-2-arrested
ଭଦ୍ରକ, ମେ ୨୨(ଖବର ଓଡିଶା):

ଥମିବାର ନା ଧରୁନି ଧଳା ଜହର କାରବାର । ରାଜ୍ୟରେ ବିଭିନ୍ନ ସ୍ଥାନରୁ ପ୍ରତିଦିନ ପୁଳା ପୁଳା ଧଳା ଜହର ଜବତ କରାଯାଉଛି । ତେବେ ଭଦ୍ରକ ଜିଲ୍ଲାରୁ ପୁଣି ୨୦ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି । ଏହାସହିତ ଘଟଣାରେ ୨ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । 

ସୂଚନା ଅନୁସାରେ, ଭଦ୍ରକ ଟାଉନ ଥାନା ପୋଲିସ ଶନିବାର ଚେକିଂ କରୁଥିଲେ । ଏହି ସମୟରେ ଦୁଇ ଜଣ ବ୍ୟକ୍ତି ବିନା ହେଲମେଟରେ ସହର ଭିତରକୁ ପ୍ରବେଶ କରୁଥିଲେ । ପୋଲିସ ସେମାନଙ୍କୁ ଅଟକାଇ ଯାଞ୍ଚ କରିବାରୁ ସେମାନଙ୍କ ନିକଟରୁ ୫୦ଟି ବ୍ରାଉନସୁଗାର ପୁଡିଆ ଜବତ କରିଥିଲା । 

ଏହାର ଓଜନ ୨୦ ଗ୍ରାମ ହେବ । ବ୍ରାଉନ ସୁଗାର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ତେବେ ଗିରଫ ହୋଇଥିବା ୨ ଜଣ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି । ତେବେ ଏହି ରାକେଟରେ ଆଉ କାହାର ସମ୍ପୃକ୍ତି ରହିଛି ସେନେଇ ପୋଲିସ ତଦନ୍ତ ଜାରି ରଖିଛି । 

  • Tags:

Subscribe

National International State Sports Entertainment