ଖବର ଓଡ଼ିଶା: ଭିଜିଲାନ୍ସ ଜାଲରେ ପଡ଼ିଥିବା ପୂର୍ବତନ ଯନ୍ତ୍ରୀଙ୍କ ଘରୁ ଯେତେ ଖୋଳା ହେଉଛି ସେତେ ସମ୍ପତ୍ତି ବାହାରୁଛି । ରୋଡ୍ ଆଣ୍ଡ୍ ବିଲିଡିଂ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରୁ ଭିଜିଲାନ୍ସ ଦାମି କାର ସହ ଭଳିକି ଭଳି ଦାମି ଘଣ୍ଟା, ବିଦେଶୀ ମୁଦ୍ରା ଜବତ କରିଛି । ଏହା ସହ ପ୍ରଚୁର ପରିମାଣର ସୁନା ରୁପା ଗହଣା ଠାବ କରାଯାଇଛି ।
ସୋମବାର ତାରା ପ୍ରସାଦଙ୍କ ଘରେ କରାଯାଇଥିବା ଚଢ଼ାଉରେ ଭିଜିଲାନ୍ସ ଅନେକ କିଛି ଜବତ କରିଛି । ଏହି ସିଭିଲ ଇଞ୍ଜିନିୟରଙ୍କର ୧୦ଟି ଫ୍ଲାଟ ରହିଥିବା ବେଳେ ୭ ଟିପ୍ଲଟ୍ ରହିଛି । କଟକ, ଭୁବନେଶ୍ୱର ଓ ଜଟଣୀରେ ୭ଟି ପ୍ଲଟ ରହିଛି । ସେହିପରି ୨ କୋଟି ୭୦ ଲକ୍ଷର ଜମାରାଶି ରହିଛି । ଏହା ସହିତ ଚଢ଼ାଉ ବେଳେ ନଗଦ ୬ ଲକ୍ଷ ଟଙ୍କା, ଦେଢ଼ କିଲୋଗ୍ରାମ ସୁନା, ଗୋଟିଏ ଦାମି ମର୍ସିଡିଜ୍ ଓ ଗୋଟିଏ କିଆ କାର୍ ଏବଂ ୧୩ ଲକ୍ଷ ଟଙ୍କାର ଦାମି ରୋଲେକ୍ସ ହାତ ଘଣ୍ଟା ଠାବ କରିଥିବା ଭିଜିଲାନ୍ସ ବିଭାଗ ସୂଚନା ଦେଇଛି । ସେହିପରି ଆମେରିକା, ୟୁଏଇ ଓ ମ୍ୟାଲେସିଆର ବିଦେଶୀ ମୁଦ୍ରା ଏବଂ ରୁପା ଥାଳି ଜବତ ହୋଇଛି । ସେ ନିଜର ଝିଅର ମେଡ଼ିକାଲ ପଢ଼ା ବାବଦକପ ୭୦ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ କରିଛନ୍ତି । ତେବେ ଜବତ ସମସ୍ତ ସମ୍ପତ୍ତିର ଆକଳନ କରାଯାଇ ନାହିଁ ।
ସୋମବାର ଭୋର ପ୍ରାୟ ୪ଟା ସମୟରେ ରୋଡ୍ ଆଣ୍ଡ୍ ବିଲ୍ଡିଂ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ଚଢ଼ାଉ ଆରମ୍ଭ ହୋଇଥିଲା । ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ନିର୍ଦ୍ଦେଶରେ ଭୁବନେଶ୍ୱର, କଟକ ଏବଂ ଝାରସୁଗୁଡ଼ାର ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା । ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଅର୍ପଣ ଆପାର୍ଟମେଣ୍ଟର ଫ୍ଲାଟ୍ ନଂ ୧୦୩, ଖଣ୍ଡଗିରି କସ୍ମୋପଲିସି ଆପାର୍ଟମେଣ୍ଟର ଫ୍ଲାଟ୍ ନଂ କେ-୧୫୫ଏ ଓ କେ-୦୩୫, ନୟାପଲ୍ଲୀ ନୀଳକଣ୍ଠ ନଗର ପ୍ଲଟ ନଂ ୧୧୯୧ରେ ଜଣେ ସମ୍ପର୍କୀୟଙ୍କ ଘରେ ଯାଞ୍ଚ ହୋଇଥିଲା । ସେହିପରି ଝାରସୁଗୁଡ଼ା ଜିଲ୍ଲାର ଆସିଆନା ବିଲ୍ଡିଂର ୩ ଟି ଘରରେ ଭିଜିଲାନ୍ସର ଚଢ଼ାଉ ଜାରି ରହିଛି । ଆସିଆନା ଆପ୍ପାଟମେଣ୍ଟର ଥିବା ୨୦୭, ୩୦୭ ଓ ୧୭ ନଂ ରୁମ ରେ ଚଢ଼ାଉ ଜାରି ରହିଛି । କଟକ ଜିଲ୍ଲା ଆଠଗଡ଼ ଥିବା ପୈତୃକ ବାସଭବନ ଓ ତିଗିରିଆରେ ସମ୍ପର୍କୀୟଙ୍କ ଘରେ ଖୋଳଜତାଡ଼ ହେଉଛି । ଅନ୍ୟପକ୍ଷରେ ଝାରସୁଗୁଡ଼ା ଜିଲ୍ଲାର ଆସିଆନା ବିଲ୍ଡିଂରେ ଯାଞ୍ଚ କରାଯାଉଛି । ଏହି ଚଢାଉରେ ଭିଜିଲାନ୍ସ ବିଭାଗର ୧୨ ଡିଏସପି , ୧୨ ଇନ୍ସପେକ୍ଟର, ୧୬ ଏଏସଆଇ ଓ ଅନ୍ୟ କର୍ମଚାରୀମାନେ ସାମିଲ ଅଛନ୍ତି ।