ଆସନ୍ତା ମାସରେ ପିଲାଙ୍କ ପାଇଁ ଆସିବ ସଞ୍ଜୀବନୀ !
Khabar Odisha:vaccine-will-come-for-children-next-month
ନୂଆଦିଲ୍ଲୀ, ଅକ୍ଟୋବର ୧୩(ଖବର ଓଡିଶା):

ନଭେମ୍ବର ମାସରୁ ପିଲାଙ୍କୁ ଦିଆଯିବ କରୋନା ଟିକା । ୨ରୁ ୧୮ ବର୍ଷ ପିଲାଙ୍କୁ ଚଳିତ ନଭେମ୍ବର ମାସରୁ ହିଁ ସଞ୍ଜୀବନୀ ଦିଆଯିବ । ସୂଚନା ଅନୁସାରେ, ନଭେମ୍ବର ଦ୍ୱିତୀୟ ସପ୍ତାହରୁ ପିଲାମାନଙ୍କୁ ଟିକା ଦିଆଯିବ । ଏହାସହିତ ଯେଉଁ ଶିଶୁମାନେ ଗୁରୁତର ରୋଗରେ ପୀଡିତ ଅଛନ୍ତି କିମ୍ବା ଯାହାର ରୋଗ ପ୍ରତିଶୋଧକ ଶକ୍ତି କମ ରହିଛି ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକାକରଣରେ ସାମିଲ କରାଯିବ । ଏହାସହିତ ପିଲାମାନଙ୍କୁ ଦୁଇ ଡୋଜ୍ କୋଭାକ୍ସିନ ଟିକା ଦିଆଯିବ । ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍ ମଧ୍ୟରେ ୨୮ ଦିନ ବ୍ୟବଧାନ ରହିବ । 

ତେବେ ଭାରତ ବାୟୋଟେକ୍ ପ୍ରସ୍ତୁତ କରିଥବା କୋଭିଡ୍ ଭ୍ୟାକସିନ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିସାରିଛି । ଭାରତ ବାୟୋଟେକ୍ ପକ୍ଷରୁ କ୍ଲିନିକାଲ ଟ୍ରାଏଲ ସମ୍ପର୍କିତ ସମସ୍ତ ତଥ୍ୟ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ ପ୍ରଦାନ କରାଯାଇଛି । ତେବେ ଏ ସମ୍ପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ପିଲାମାନଙ୍କ ପାଇଁ କୋଭିଡ୍‌-୧୯ ଟିକାକରଣ ଡ୍ରାଇଭ୍ ନଭେମ୍ବର ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହେବାର ସମ୍ଭାବନା ରହିଛି । 

ପିଲାମାନଙ୍କ ମଧ୍ୟରେ ଏହି ଟିକାକରଣ ଡ୍ରାଇଭ୍ ପ୍ରଥମେ କ୍ରିନିକ କିମ୍ବା ଗୁରୁତର ସ୍ୱାସ୍ଥ୍ୟ ଅବସ୍ଥାରେ ପୀଡିତ ପିଲାମାନଙ୍କୁ ଟିକା ଯୋଗାଇବ । ଏଥିପାଇଁ ରୋଗର ପ୍ରାଥମିକ ତାଲିକା ପ୍ରସ୍ତୁତ ହେବାକୁ ତିନି ସପ୍ତାହ ପର୍ଯ୍ୟନ୍ତ ସମୟ ଲାଗିପାରେ ବୋଲି ସେ ସୂଚନା ଦେଇଛନ୍ତି । କିନ୍ତୁ ଟିକାକରଣ ନେଇ ଏଯାଏଁ ବିଧିବଦ୍ଧ ସୂଚନା ମିଳିନାହିଁ ।

  • Tags:

Subscribe

National International State Sports Entertainment