ଆଜି ହେଉଛି ପହିଲି ରଜ। ଉତ୍ସବମୁଖର ଗାଁଠୁ ସହର । ଜମୁଛି ରଜ ପାନ ସହ ପିଠାପଣାର ଆସର । ବିଶେଷ କରି ଏହା ହେଉଛି କୁଆଁରିଝିଅଙ୍କ ପର୍ବ। ତିନି ଦିନ ଧରି ଏପରି ଚାଲିବ। ଏହି ୩ ଦିନ କାମ ବନ୍ଦ ସଜବାଜ ହୋଇ ସେମାନେ ମଉଜ କରିବେ । ନୂଆ ଡ୍ରେସ୍ ପିନ୍ଧି ହାତରେ ମେହେନ୍ଦି, ପାଦରେ ଅଳତା, ମୁଣ୍ଡରେ ଚନ୍ଦନ ଟିପା ଲଗାଇ ପାନ ଖାଇ ମଉଜ କରୁଛନ୍ତି । ରଜର ଆଉ ଏକ ଆକର୍ଷଣ ହେଲା ଦୋଳି । ଦୋଳି ଖେଳୁଛନ୍ତି ଝିଅମାନେ। ଘରେ ଘରେ ଜମିଛି ରଜ ପାନ, ପୋଡ଼ ପିଠା, ମଣ୍ଡା ପିଠା ଓ କାକରା ପିଠାର ଆସର । ପରମ୍ପରାକୁ ବଞ୍ଚାଇ ରଖିବାକୁ ସହରରେ ମଧ୍ୟ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳନ ହେଉଛି ରଜ ପର୍ବ ।
ଚଳିତବର୍ଷ ରଜପର୍ବ ପାଳନ ପାଇଁ ଭୁବନେଶ୍ୱର ପାନ୍ଥନିବାସରେ ଓଟିଡିସି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । ରଜ ଉପଲକ୍ଷେ ରଜ ପାନ, ମେହେନ୍ଦୀ ସହ ନିଆରା ପରିବେଶ ଭେଟି ଦେଇଛି ଓଡ଼ିଶା ପର୍ଯ୍ୟଟନ ବିଭାଗ ଓ ଓଟିଡିସି । ପାନ୍ଥ ନିବାସରେ ହେବାକୁ ଥିବା ରଜ ମହୋତ୍ସବ ଆଜିଠାରୁଆରମ୍ଭ ହୋଇ ୧୬ ତାରିଖ ଯାଏଁ ଚାଲିବ । ଏଠାରେ ଲୋକଙ୍କ ପାଇଁ ପୋଡ଼ ପିଠା, କାକରା ପିଠା, ରଜପାନ ସହ ବିଭିନ୍ନ ପ୍ରକାରର ମିଠା ଓ ମିଠା ବିକ୍ରି ହେବ ।