ସାବଧାନ ! ୨ଦିନ ପରେ ଆପଣଙ୍କ ଘରର କଟିଯିବ ବିଜୁଳି, ଚେତାବନୀ ଦେଲା CESU
Khabar Odisha:state-odisha-commercial-consumers--households-who-are-capable-to-repay-but-havent-deliberately-cleared-dues-will-face-termination-of-supply-said-CESU
ଭୁବନେଶ୍ଵର, ଜାନୁଆରୀ ୧୪ (ଖବର ଓଡ଼ିଶା) :

ଆସନ୍ତା ଜାନୁଆରୀ ୧୬ରୁ ବିଦ୍ୟୁତ୍ ବିଲ୍ ବକେୟା ଥିବା ଉପଭୋକ୍ତାଙ୍କ ବିଦ୍ୟୁତ୍ କାଟିବ ସେସୁ। ପ୍ରଥମେ ବ୍ୟବସାୟୀକ ଉପଭୋକ୍ତା ଓ ଘରୋଇ ଉପଭୋକ୍ତା କ୍ଷମତା ଅଛି ବିଲ୍ ପେଠ କରିବାକୁ କିନ୍ତୁ ସେମାନେ କରୁ ନାହାଁନ୍ତି ସେମାନଙ୍କର ପ୍ରଥମେ ବିଦ୍ୟୁତ୍ କାଟ କରାଯିବ। ସେସୁର ୯ଟି ଜିଲ୍ଲାରେ ୪୧୩ଟି ସ୍କ୍ଵାର୍ଡ କାମ କରିବେ। ତେଣୁ ୨ ଦିନ ଭିତରେ ବିଦ୍ୟୁତ୍ ବିଲ୍ ଦିଅନ୍ତୁ ନଚେତ୍ ବିଲ୍ ଦେଉ ନଥିବା ଗାଁରେ ବିଦ୍ୟୁତ୍ କାଟ ହେବ ବୋଲି ସେସୁ କମର୍ସର ସିନିୟର ଜେନେରାଲ ମ୍ୟାନେଜର ମନୋଜ ସିଂ କହିଛନ୍ତି। 

ଉପଭୋକ୍ତାଙ୍କୁ ସେସୁର ଏଭଳି ଚେତାବନୀ ପରେ ରାଜନୈତିକ ମାହୋଲ ସରଗରମ ହେଲାଣି। ବିରୋଧୀ ଦଳଗୁଡିକ ବିଦ୍ୟୁତ କାଟ ହେଲେ ଆନ୍ଦୋଳନ କରିବେ ବୋଲି ଧମକ ବି ଦେଇଛନ୍ତି । ସେପଟେ ୧୬ ତାରିଖରୁ ବିଦ୍ୟୁତ କାଟ ହେବ ବୋଲି ସେସୁ ଆଜି ସ୍ପଷ୍ଟ କରିଛି । ଆଜି ଏହାକୁ ନେଇ ରାଜ୍ୟ ବିଜେପି ସରକାରଙ୍କୁ ଟାର୍ଗେଟ କରି ବର୍ଷିଥିଲା। ବିଜେପି କହିଥିଲା ଯେ, ବିଜୁଳି ବିଲ ବକେୟା ରଖିଥିବା ବଡ଼ଵଡ଼ କମ୍ପାନିଙ୍କ ଠାରୁ ପ୍ରଥମେ ବିଦ୍ୟୁତ୍ ବିଲ୍ ଆଦାୟ କରାଯାଉ। ଏପରି ନକରି ରାଜ୍ୟ ସରକାର ଗରିବ ଲୋକଙ୍କ ଉପରେ ଦାଉ ସାଧୁଛନ୍ତି। ରାଜ୍ୟ ସରକାରଙ୍କ ପାଖରେ ରାଜସ୍ୱ କମାଇବାର ଉତ୍ସ ନାହିଁ । ଏପରିକି ବଜାରରେ ବକେୟା ଆଦାୟ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ । ପିଲାଙ୍କ ପରୀକ୍ଷା ସମୟରେ ସରକାରଙ୍କ ଏଭଳି ନିଷ୍ପତ୍ତି ଦୁର୍ଭାଗ୍ୟଜନକ। ମାର ମାର ଭଣ୍ଡାରିଆକୁ ମାର ନୀତିରେ କଣ ପାଇଁ ରାଜ୍ୟ ସରକାର ଚାଲିଛନ୍ତି ବୋଲି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କଡା ଶବ୍ଦରେ ସମାଲୋଚନା କରିଛନ୍ତି। 

ସେପଟେ ଏନେଇ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ଚେତାବନୀ ଦେଇଛନ୍ତି। ସୁର କହିଛନ୍ତି ଯେ, ଯଦି ଆସନ୍ତା ୧୬ ତାରିଖରୁ ବିଦ୍ୟୁତ୍ କାଟ ହେବ ତେବେ ପ୍ରତେକ ବିଜୁଳି ଅଫିସ ସାମ୍ନାରେ ପ୍ରତିବାଦ କରିବ କଂଗ୍ରେସ। ଆଗକୁ ପିଲାଙ୍କ ପରୀକ୍ଷା ଆସୁଛି ଖିଲାଫି କମ୍ପାନୀର ବିଜୁଳି କଟାଯାଉ, ଗାଁ ଗଣ୍ଡରେ ନୁହେଁ। ଯଦି ଏଭଳି ହୁଏ ତେବେ ବିଚ୍ ରାସ୍ତାରେ କଂଗ୍ରେସ ଏହାର ଜବାବ ଦେବ ବୋଲି ସୁର କହିଛନ୍ତି। 

Subscribe

National International State Sports Entertainment