ଅଜଣା ଗାଡି ଧକ୍କାରେ ୨ ମୃତ
Khabar Odisha:state-odisha-accident-in-koraput-kundura-2-people-spot-died
କୋରାପୁଟ, ସେପ୍ଟେମ୍ବର ୨୩(ଖବର ଓଡିଶା):

କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ବେହେରାଗୁଡା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ୨ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ।

ଆଜି ସକାଳ ପ୍ରାୟ ୯ଟା ବେଳେ କୁନ୍ଦୁରା ବ୍ଲକ ଅନ୍ତର୍ଗତ ବେହେରାଗୁଡା ନିକଟରେ ଏକ ଅଜଣା ଗାଡି ଦୁଇଜଣ ଯୁବକଙ୍କୁ ଧକ୍କା ଦେଇଥିଲା । ଫଳରେ ଯୁବକଦ୍ୱୟ ଗୁରୁତର ଭାବେ ଆହତ ହୋଇଥିଲେ । ସେମାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକଦ୍ୱୟ ହେଲେ ମହେଶ୍ୱର କମାର ଓ ଚୈତନ୍ୟ କାକଲ ।

ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଛି । ତୁରନ୍ତ ଦୁର୍ଘଟଣା ଭିଆଇଥିବା ଗାଡି ଓ ଡ୍ରାଇଭରଙ୍କୁ ଧରିବା ପାଇଁ ସ୍ଥାନୀୟବାସୀ ଦାବି କରିଛନ୍ତି ।

  • Tags:

Subscribe

National International State Sports Entertainment