ଅମିତ୍ ଶାହାଙ୍କ ସହ ବୈଠକରେ କଣ ଆଲୋଚନା ହେଲା ? ଜବାବ ଦେଲେ ସୌରଭ ଗାଙ୍ଗୁଲି
Khabar Odisha:sports--cricket--odisha--cricket-sourav-ganguly-says-no-talks-of-bcci-with-amit-shah
କୋଲକାତା, ଅକ୍ଟୋବର୧୫(ଖବର ଓଡ଼ିଶା):

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ହେବା ନିଶ୍ଚିତ  ହେବା ପରେ ତାଙ୍କ ବିଷୟରେ ଅନେକ ପ୍ରକାରର ଖବର ଆରମ୍ଭ ହୋଇଯାଇଛି। ବିସିସିଆଇର ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବା ପୂର୍ବରୁ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ସହ ଗାଙ୍ଗୁଲିଙ୍କ ସାକ୍ଷାତ ହୋଇଥିଲା। କୁହାଯାଉଛି ଯେ, ଗାଙ୍ଗୁଲିଙ୍କ ବିସିସିଆଇ ସଭାପତି ହେବାରେ ବଡ଼ ଭୂମିକା ବିଜେପି ଅଧ୍ୟକ୍ଷ ତଥା ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ରହିଛି। କିନ୍ତୁ ଅମିତ୍ ଶାହା ଏହି ପ୍ରକାରର ଖବରକୁ ଖଣ୍ଡନ କରିଛନ୍ତି। ଏକ ନ୍ୟୁଜ୍ ଚ୍ୟାନେଲ୍ ସହ ଆଲୋଚନା ବେଳେ ଶାହା  କହିଛନ୍ତି ଯେ, ବିସିସିଆଇର ସଭାପତି କିଏ ହେବ ମୁଁ କେମିତି ନିର୍ଣ୍ଣୟ କରିବି। ଏହା ମଧ୍ୟରେ ସୌରଭ ଗାଙ୍ଗୁଲି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଶାହାଙ୍କ ସହିତ ଭେଟ୍ ହୋଇଛି, ମାତ୍ର ଏଥିରେ ବିସିସିଆଇ ବିଷୟରେ କୌଣସି ଆଲୋଚନା ହୋଇ ନାହିଁ। 

ସୌରଭ ଗାଙ୍ଗୁଲି କହିଛନ୍ତି ଯେ, ସାକ୍ଷାତ ସମୟରେ କୌଣସି ରାଜନୈତିକ ଆଲୋଚନା ମଧ୍ୟ  ହୋଇ ନାହିଁ। ମୁଁ ଅମିତ୍ ଶାହାଙ୍କୁ ପ୍ରଥମ ଥର ଭେଟିଲି। ଏଥିରେ ନା ବିସିସିଆଇ ବିଷୟରେ କୌଣସି ଆଲୋଚନା ହୋଇଛି ନା ରାଜନୀତି ଘଟଣାକ୍ରମକୁ ନେଇ ହୋଇଛି। 

ଏହା ପୂର୍ବରୁ ସ୍ଵରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ, ଗାଙ୍ଗୁଲିଙ୍କ ସହିତ ମୋର ସାକ୍ଷାତ  ହେବା କିଛି ଭୁଲ୍ ନୁହଁ। ସେ ମୋ ପାଖକୁ ଆସି ପାରିବେ। ମୁଁ ଅନେକ ବର୍ଷ ଧରି କ୍ରିକେଟ୍ ସହିତ ଜଡ଼ିତ ଅଛି। ଖବର ଏହା ଥିଲା ଯେ, ଅମିତ୍ ଶାହା ଓ ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ଏହାକୁ ନେଇ ସହମତି ପ୍ରକାଶ ପାଇଛି ଯେ, ସଂପ୍ରତି ସେ ଗାଙ୍ଗୁଲିଙ୍କୁ ସଭାପତି ହେବାରେ ସାହାଯ୍ୟ କରିବେ, ଅନ୍ୟପକ୍ଷେ ଗାଙ୍ଗୁଲି ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ପକ୍ଷରୁ ନିର୍ବାଚନ ଲଢିବେ। 

ଅମିତ୍ ଶାହା ଏହି ଧରଣର ଡିଲ୍ ଖବରକୁ ସଂପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି। ଗାଙ୍ଗୁଲିଙ୍କ ସହ ଏହି ଧରଣର କୌଣସି ଡିଲ୍ ହୋଇ ନାହିଁ। ତାଙ୍କ ସହିତ ଏହି ପ୍ରକାରର କୌଣସି ଆଲୋଚନା ବି ହୋଇନାହିଁ। ସୌରଭ ଗାଙ୍ଗୁଲିଙ୍କ ବିରୋଧରେ ଏହା ଏକ ଅପପ୍ରଚାର।

Subscribe

National International State Sports Entertainment