ଇନଷ୍ଟାଗ୍ରାମରୁ ନାଗା ଚୈତନ୍ୟଙ୍କ ସହିତ ଥିବା ସମସ୍ତ ଫଟୋ ଡିଲିଟ୍ କଲେ ସମନ୍ଥା
Khabar Odisha:samantha-deleted-photos-from-Instagram

ମୁମ୍ବାଇ, ଅକ୍ଟୋବର ୨୮(ଖବର ଓଡ଼ିଶା): ବିବାହ ବିଚ୍ଛେଦ ପରେ ଏବେ ଚର୍ଚ୍ଚାରେ ସାଉଥ୍ କପଲ ନାଗା ଚୈତନ୍ୟ ଓ ସମନ୍ଥା ରୁଥ୍ ପ୍ରଭୁ । ଦୀର୍ଘ ଦିନରୁ ଅଲଗା ରହିବା ପରେ ଶେଷରେ ଦୁହେଁ ଦୁହିଁଙ୍କ ଠାରୁ ସମ୍ପୂର୍ଣ୍ଣ ଅଲଗା ହୋଇଛନ୍ତି ସାଉଥ୍ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଯୋଡି ନାଗା ଚୈତନ୍ୟ ଓ ସମନ୍ଥା ରୁଥ୍ ପ୍ରଭୁ । 

ଦୁହିଁଙ୍କ ଫ୍ୟାନ୍ସ ମାନେ ଏହି ଖବରକୁ ବିଶ୍ୱାସ କରିପାରିନଥିବା ବେଳେ ବର୍ତ୍ତମାନ ସୋସିଆଲ ମିଡିଆରେ ଦୁହିଁଙ୍କ ବିବାହ ଓ ସାଥିରେ ବିତାଇଥିବା ମୂହୂର୍ତ୍ତ ଗୁଡିକର ଫଟୋ ବେଶ୍ ଭାଇରାଲ ହେଉଛି ।

କିନ୍ତୁ ଆଜି ନିଜ ଇନଷ୍ଟଗ୍ରାମ ଆକାଉଣ୍ଟରୁ ନାଗା ଚୈତନ୍ୟଙ୍କ ସହିତ ଥିବା ପୂର୍ବର ସମସ୍ତ ଫଟୋ ଡିଲିଟ୍ କରିଛନ୍ତି ସାଉଥ୍ ଅଭିନେତ୍ରୀ ସମନ୍ଥା ରୁଥ୍ ପ୍ରଭୁ ।

ସମନ୍ଥା ଓ ନାଗା ଚୈତନ୍ୟ ନିଜ ସହମତିରେ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇଥିବା ବେଳେ ଏବେ ଦୁହେଁ ନିଜର ଅଲଗା ଅଲଗା ଜୀବନ ମଧ୍ୟ ଆରମ୍ଭ କରିଛନ୍ତି । ସମନ୍ଥା ଗତ କିଛି ଦିନ ହେବ ବିଭିନ୍ନ ସ୍ଥାନ ବୁଲି ସୋସିଆଲ ମିଡିଆରେ ଫଟୋ ସେୟାର କରୁଛନ୍ତି ଯେଉଁଥିରେ ସେ ଖୁବ୍ ଖୁସି ଥିବା ଜଣାପଡୁଛନ୍ତି ।

  • Tags:

Subscribe

National International State Sports Entertainment