ଯୋଗୀ ସରକାର ବଦଳାଇଲେ ଏହି ନଦୀର ନାମ, କ୍ୟାବିନେଟ୍ ପ୍ରସ୍ତାବ ଉପରେ ମାରିଲା ମୋହର
Khabar Odisha:national-odisha-yogi-adityanath-government-change-ghaghra-river-saryu-
ଲକ୍ଷ୍ନୌ, ଜାନୁଆରୀ୧୪(ଖବର ଓଡ଼ିଶା):

 ଉତ୍ତର ପ୍ରଦେଶ କ୍ୟାବିନେଟ୍ ସୋମବାର ରାଜ୍ୟରେ ପୋଲିସ କମିଶନର ପ୍ରଣାଳୀ ଲାଗୁ କରିବା ସହିତ ଅନେକ ମହତ୍ଵପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଯୋଗୀ ଆଦିତ୍ୟନାଥ ସରକାରଙ୍କ କ୍ୟାବିନେଟ୍ ରାଜ୍ୟର ପ୍ରମୁଖ ନଦୀ ଘାଘରା ନଦୀର ନାମ ବଦଳାଇ ସରୟୁ ରଖିଛନ୍ତି।

ସରୟୁ ନଦୀ ଅନେକ ଜିଲ୍ଲାରେ ଭିନ୍ନ ଭିନ୍ନ ନାମରେ ପରିଚିତ ଅଟେ। ନେପାଳର ବହରାଇଚ ଦେଇ ଗୋଣ୍ଡା ପର୍ଯ୍ୟନ୍ତ ପ୍ରବାହିତ ନଦୀକୁ ଘାଘରା କୁହାଯାଉଥିବା ବେଳେ ଗୋଣ୍ଡା ପରେ ଏହା ସରୟୁ ନାମରେ ପରିଚିତ। ସରକାର ଏବେ ପୂରା ନଦୀକୁ ସରୟୁ ନାମରେ ନାମକରଣ କରିଛନ୍ତି।

ଏହି ନଦୀ ଦକ୍ଷିଣ ତିବ୍ବତର ଉଚ୍ଚ ପର୍ବତ ଶିଖର ମାପଚାଞ୍ଚୁଙ୍ଗୋ ହିମନଦରୁ ଉତ୍ପନ ହୋଇ ଉତ୍ତର ପ୍ରଦେଶର ବହରାଇଚ୍, ସୀତାପୁର, ଗୋଣ୍ଡା, ବାରାବାଙ୍କୀ, ଅଯୋଧ୍ୟା, ଆମ୍ବେଦକର, ମଉ, ବସ୍ତି, ଗୋରଖପୁର, ଲକ୍ଷ୍ମୀପୁର ଖିରି ଓ ବଳିଆ ଦେଇ ପ୍ରବାହିତ ହୋଇଥାଏ। 

ଏହା ଗଙ୍ଗାର ସବୁଠୁ ବଡ଼ ଶାଖା ନଦୀ। ନିମ୍ନ ଭାଗରେ ଘାଘରା ନଦୀକୁ ସରୟୁ ନଦୀରେ ଡକାଯାଏ। ଏହି ନଦୀର ଡାହାଣରେ ଅଯୋଧ୍ୟା ଅବସ୍ଥିତ। କ୍ୟାବିନେଟ୍ ଏହାର ନାମ ବଦଳାଇ ସରୟୁ ରଖିବା ପ୍ରସ୍ତାବ ଉପରେ ସହମତି ପ୍ରଦାନ କରିଛନ୍ତି। ଏବେ ରାଜସ୍ଵ ଅଭିଲେଖାରେ ଏହାର ନାମ ସରୟୁ ଲିପିବଦ୍ଧ କରାଯିବ।

Subscribe

National International State Sports Entertainment