ପ୍ରଧାନମନ୍ତ୍ରୀଙ୍କ ପାଇଁ ଆସୁଛି ବ୍ରାଣ୍ଡ ନ୍ୟୁ ବୋଇଙ୍ଗ ୭୭୭, ଲାଗିବ ଘାତକ କ୍ଷେପଣାସ୍ତ୍ର
Khabar Odisha:national-odisha-pm-modis-new-aircraft-boeing-777-attached-with-missile-systems-will-be-flown-by-iaf-pilots
ନୂଆଦିଲ୍ଲୀ,ଅକ୍ଟୋବର୧୦(ଖବର ଓଡ଼ିଶା):

 ଦେଶର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ବିମାନରେ ଏବେ ଅତ୍ୟାଧୁନିକ  ମିସାଇଲ ଡିଫେନ୍ସ ସିଷ୍ଟମ ଲଗାଯିବ। ଏହି ବିମାନକୁ ଏୟାର ଇଣ୍ଡିଆର ପାଇଲଟ୍ ନୁହଁ ବରଂ ବାୟୁସେନାର ପାଇଲଟ୍ ଉଡ଼ାଇବେ। ସରକାରୀ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଭାରତୀୟ ବାୟୁସେନା(ଆଇଏଏଫ)ର ପାଇଲଟକୁ ନୂତନ ବୋଇଙ୍ଗ ୭୭୭ ବିମାନକୁ ଉଡ଼ାଇବାର ପ୍ରଶିକ୍ଷଣ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମେତ ଦେଶର ଶୀର୍ଷସ୍ତରୀୟ ନେତା ୨୦୨୦ ଜୁଲାଇରୁ ବି ୭୭୭ ବିମାନରେ ହିଁ ଯାତ୍ରା କରିବେ।

ଆମେରିକା ପ୍ଲାଣ୍ଟରେ ପ୍ରସ୍ତୁତ ହେଉଥିବା ଆମେରିକୀ ବି ୭୭୭ ବିମାନ ଲାର୍ଜ ଏୟାରକ୍ରାଫ୍ଟ ଇନଫ୍ରାରେଡ୍ କାଉଣ୍ଟର ମେଜର୍ସ(ଏଲଏଆଇଆରସିଏମ) ଓ ସେଲ୍ଫ ପ୍ରୋଟେକ୍ସନ ସୁଇଟ୍ସ(ଏସପିଏସ) ମିସାଇଲ ଡିଫେନ୍ସ ସିଷ୍ଟମରେ ସଜ୍ଜିତ ହେବ। ଏହି ବିମାନ ୨୦୨୦ ଜୁଲାଇରେ ଭାରତ ଆସିବ। ପ୍ରଥମ ଥର ଦେଶର ଶୀର୍ଷସ୍ତରୀୟ ନେତାଙ୍କ ଗସ୍ତରେ ଏୟାର ଇଣ୍ଡିଆ ଓ୍ଵାନର ପାଇଲଟ୍ ଏୟାର ଇଣ୍ଡିଆ ଚଲାଇବେ ନାହିଁ। କିନ୍ତୁ ସଞ୍ଚାଳନ ଟିମ ଏୟାର ଇଣ୍ଡିଆ ଇଞ୍ଜିନିୟରିଂ ସର୍ଭିସେସ୍ ଲି.(ଏଆଇଇଏସଏଲ) ପାଖରେ ରହିବ। ଏହା ସହିତ ବିମାନ ଭିତରେ ବର୍ତ୍ତମାନ ପରି ଏୟାର ଇଣ୍ଡିଆର କ୍ରୁ ହିଁ ସେବା ଯୋଗାଇବେ। 

ପ୍ରଶିକ୍ଷଣ ନେଉଛନ୍ତି ବାୟୁସେନାର ପାଇଲଟ୍

ବି ୭୭୭ ବିମାନ ଉଡ଼ାଇବା ନେଇ ପ୍ରଶିକ୍ଷଣପ୍ରାପ୍ତ ଏୟାର ଇଣ୍ଡିଆ ପାଇଲଟ ବାୟୁସେନାର ପାଇଲଟଙ୍କୁ ମୁମ୍ବାଇର କଲିନା ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଶିକ୍ଷଣ ଦେଉଛନ୍ତି। ଅଧିକାରୀ କହିଛନ୍ତି ଯେ, ବି ୭୭୭ ବିମାନ ପାଇଁ ବାୟୁସେନା ୪-୬ ପାଇଲଟକୁ ଏୟାର ଇଣ୍ଡିଆ ଦ୍ଵାରା ପ୍ରଶିକ୍ଷଣ ଦିଆଯାଉଛି। ବାୟୁସେନାର କିଛି ଅନ୍ୟ ପାଇଲଟଙ୍କୁ ମଧ୍ୟ ଶୀଘ୍ର ପ୍ରଶିକ୍ଷଣ ଦିଆଯିବ। 

ଏୟାର ଇଣ୍ଡିଆର ଜଣେ ବରିଷ୍ଠ  କହିଛନ୍ତି ଯେ, ବାୟୁସେନାର ପାଇଲଟ୍ ପ୍ରଶିକ୍ଷିତ ଅଟନ୍ତି, ମାତ୍ର ଯୁଦ୍ଧ ବିମାନ କିମ୍ବା ବାୟୁସେନାର କିଛି ଖାସ୍ ବିମାନ ଉଡ଼ାଇବା ପାଇଁ ବିଶେଷଜ୍ଞ ଜରୁରୀ। ନୂତନ ବୋଇଙ୍ଗ ୭୭୭ ବିମାନ ଯାହାର ବ୍ୟବହାର ଭିଭିଆଇପିର ଯାତ୍ରା ପାଇଁ ବ୍ୟବହାର କରାଯିବ, ଏହା କମର୍ସିଆଲ କିସମର ଏୟାରକ୍ରାଫ୍ଟ ଅଟେ। ଏହି କାରଣରୁ ଭାରତୀୟ ବାୟୁସେନାର ପାଇଲଟଙ୍କୁ କମର୍ସିଆଲ ଏୟାରକ୍ରାଫ୍ଟର ପ୍ରଶିକ୍ଷଣ ନେବାକୁ ପଡ଼ୁଛି।

Subscribe

National International State Sports Entertainment