ବର୍ଷାରେ ବେହାଲ ଜାମ୍ମୁ କାଶ୍ମୀର, ନଦୀ ନାଳ ଉବୁଟୁବୁ
Khabar Odisha:national-odisha-flood-like-situation-in-kathua-jammu-kashmir-rivers-on-their-danger-level-in-jammu-kashmir-photos
ଜାମ୍ମୁ, ଅଗଷ୍ଟ ୧୮ (ଖବର ଓଡିଶା) :

ମୁଶଳଧାରା ବୃଷ୍ଟିପାତ ହୋଇଥିବା କାରଣରୁ ବେହାଲ ହୋଇପଡିଛି ଜାମ୍ମୁ କାଶ୍ମୀର । ସେଠାରେ ବନ୍ୟା ପରିସ୍ଥିତି ଉତ୍କଟ ହୋଇଛି । ଫଳରେ ସାମ୍ବାର ଦେବିକା ନଦୀ ପାର କରିବା ସମୟରେ ୨ଜଣ ଲୋକ ଭାସି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି । ସେହିପରି କାଠୁଆ ଜିଲ୍ଲାର ଉଜ୍ଜ ଦରିଆରେ ଆସିଥିବା ବନ୍ୟାରେ ଫସିଥିବା ଲୋକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । 

ଏତଦ୍ ବ୍ୟତୀତ ଉଧମପୁରର ଖୈରୀରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ଏଠାରେ ମାଟି ଅତଡା ଖସିବାରୁ ଆଜି ସକାଳେ ଦେଢ ଘଣ୍ଟା ପର୍ଯ୍ୟନ୍ତ ଜାମ୍ମୁ ଶ୍ରୀନଗର ରାଷ୍ଟ୍ରୀୟ ରାଜମାର୍ଗ ବନ୍ଦ ଥିଲା । ସେହିପରି ମିଆଁ ବାଗ୍ ଅଞ୍ଚଳରେ ବଗଳା ମୁଖୀ ମନ୍ଦିରର ଉପରି ଭାଗ ଭାଙ୍ଗି ଜଳରେ ଭାସି ଯାଇଛି । କଠୁଆରେ ବଂସତର ସହିତ ଅନ୍ୟ ନାଳ ପାଣିରେ ଉବୁଟୁବୁ ହେଉଛି । ଏହା ଦ୍ୱାରା ବହୁ ଜିଲ୍ଲାର ମୁଖ୍ୟାଳୟ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଜାମ୍ମୁରେ ତବୀ ନଦୀ ସହ ଅନ୍ୟ ନଦୀ ନାଳର ଜଳସ୍ତର ବୃଦ୍ଧି ପାଇଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଜି ମଧ୍ୟ କିଛି ଅଞ୍ଚଳରେ ପ୍ରବଳ ମାତ୍ରାରେ ବର୍ଷା ହେବ । 

Subscribe

National International State Sports Entertainment