ବିଗୁଡୁଛି ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା, ଆରୋଗ୍ୟ କାମନା କରି ବିଭିନ୍ନ ସ୍ଥାନରେ ଯଜ୍ଞର ଆୟୋଜନ
Khabar Odisha:national-odisha-arun-jaitley-condition-worsen-removed-from-ventilator-kept-on-ecmo-in-aiims
ନୂଆଦିଲ୍ଲୀ, ଅଗଷ୍ଟ ୧୮ (ଖବର ଓଡିଶା) :

ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ହେବାରେ ଲାଗିଛି । ବହୁଦିନ ଧରି ଅସୁସ୍ଥ ଥିବା କାରଣରୁ ତାଙ୍କୁ ଅଗଷ୍ଟ ୯ରେ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲୁଛି । ତେବେ ତାଙ୍କୁ ଏବେ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଛି । ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ଧୀରେଧୀରେ ବିଗୁଡୁଥିବା କାରଣରୁ ତାଙ୍କୁ ଏବେ ଚିକିତ୍ସା ସହ ପ୍ରାର୍ଥନାର ଆବଶ୍ୟକତା ରହିଛି । ତାଙ୍କ ଆରୋଗ୍ୟ କାମନା କରି ବିଭିନ୍ନ ସ୍ଥାନରେ ଯଜ୍ଞ ମଧ୍ୟ କରାଯାଉଛି । 

ଏଭଳି ସ୍ଥିତିରେ ଜେଟଲୀଙ୍କୁ ସାକ୍ଷାତ କରିବା ପାଇଁ ଏମ୍ସରେ ରାଜନୈତିକ ନେତାଙ୍କର ଭିଡ ଲାଗିଛି । ଆଜି ସକାଳେ ସଙ୍ଘ ପ୍ରମୁଖ ମୋହନ ଭାଗବତ ଏମ୍ସ ପହଁଚିଥିଲେ । ଏହା ପୂର୍ବରୁ ଗତକାଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ, ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ, ସତୀଶ ମିଶ୍ର, ସତ୍ୟପାଲ ମଲ୍ଲିକ, ନିତିଶ କୁମାର ଏମ୍ସ ପହଁଚିଥିଲେ । ସେହି ସମୟରେ ଜେଟଲୀଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା ଅନୁଯାୟୀ ୨ଦିନ ହେବ ଜେଟଲୀଙ୍କର ହାର୍ଟ କାମ କରିବା ବନ୍ଦ କରି ଦେଇଛି । ଭେଣ୍ଟିଲେଟର କାମ ନଦେବାରୁ ତାଙ୍କୁ ଏବେ ଏକମୋରେ ରଖାଯାଇଛି । ସେ ଠିକ୍ ଭାବରେ ନିଶ୍ୱାସ ନେଇ ପାରୁ ନାହାଁନ୍ତି । ଆଇସିୟୁରେ ଭର୍ତ୍ତି ହୋଇଥିବା କାରଣରୁ ତାଙ୍କୁ କାହା ସହ ସାକ୍ଷାତ କରିବାକୁ ଦିଆଯାଉ ନାହିଁ । ଟ୍ରୈକ୍ସଟମୀ ମାଧ୍ୟରେ ସେ ନିଶ୍ୱାସ ପ୍ରଶ୍ୱାସ କରୁଛନ୍ତି । 

ଡାକ୍ତରଙ୍କ କହିବା ଅନୁଯାୟୀ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି । ଏନେଇ କିଛି କହି ହେବ ନାହିଁ । ତେବେ ପରିବାରଙ୍କ ଅନୁରୋଧ କ୍ରମେ ଡାକ୍ତର ଏବେ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଲେଟିନ ଦେବାକୁ ମନା କରି ଦେଇଛନ୍ତି । ଗତ ରାତିରେ ମଧ୍ୟ ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ପରିବାର ସହ ସାକ୍ଷାତ କରିବା ପାଇଁ ଏମ୍ସରେ ପହଁଚିଥିଲେ । 

Subscribe

National International State Sports Entertainment