୬ ବର୍ଷରେ ୨୮୩୮ ପାକିସ୍ତାନୀ, ୯୧୪ ଆଫଗାନୀଙ୍କୁ ଭାରତରେ ମିଳିଛି ନାଗରିକତା
Khabar Odisha:national-odisha-2838-pakistanis-914-afghans-172-bangladeshis-given-indian-citizenship-in-last-6-years
ଚେନ୍ନାଇ, ଜାନୁଆରୀ୧୯(ଖବର ଓଡ଼ିଶା):

ନାଗରିକତା ସଂଶୋଧନ ଆଇନ ବିରୋଧରେ ସମଗ୍ର ଦେଶରେ ବିରୋଧ ପ୍ରଦର୍ଶନ ମଧ୍ୟରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର କହିଛନ୍ତି ଗତ ୬ ବର୍ଷରେ ପାକିସ୍ତାନରୁ ଆସିଥିବା ୨୮୩୮ ଜଣଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯାଇଛି। ଚେନ୍ନାଇରେ ନାଗରିକତା ସଂଶୋଧନ ଆଇନ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ସୀତାରମଣ କହିଛନ୍ତି ଯେ, ଗତ ୬ ବର୍ଷରେ ୨୮୩୮ ପାକିସ୍ତାନୀ ଶରଣାର୍ଥୀ, ୯୧୪ ଆଫଗାନି ଓ ୧୭୨ ବାଂଲାଦେଶୀ ଶରଣାର୍ଥୀଙ୍କୁ ଭାରତୀୟ  ନାଗରିକତା ଦିଆଯାଇଛି, ଯେଉଁଥିରେ ମୁସଲିମ ମଧ୍ୟ ସାମିଲ। ୧୯୬୪ ରୁ ୨୦୦୮ ପର୍ଯ୍ୟନ୍ତ ୪ ଲକ୍ଷରୁ ଅଧିକ ଶ୍ରୀଲଙ୍କାରୁ ଆସିଥିବା ତାମିଲଙ୍କୁ ଭାରତୀୟ ନାଗରିକତା ଦିଆଯାଇଛି। 

ନିର୍ମଳା କହିଛନ୍ତି ୨୦୧୪ ପର୍ଯ୍ୟନ୍ତ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଆସିଥିବା ୫୬୬ରୁ ଅଧିକ ମୁସଲିମ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ଦିଆଯାଇଛି। ୨୦୧୬ ରୁ ୨୦୧୮ ସମୟରେ ମୋଦୀ ସରକାରଙ୍କ କାର୍ଯ୍ୟକାଳରେ ପ୍ରାୟ ୧୫୯୫ ପାକିସ୍ତାନୀ ପ୍ରବାସୀ ଏବଂ ୩୯୧ ଆଫଗାନିସ୍ତାନୀ ମୁସଲିମଙ୍କୁ ମଧ୍ୟ ଭାରତୀୟ ନାଗରିତକା ପ୍ରଦାନ କରାଯାଇଛି। ୨୦୧୬ରେ ଏହି ସମୟରେ ଅଦନାନ ସାମୀଙ୍କୁ ନାଗରିକତା ପ୍ରଦାନ କରାଯାଇଥିଲା। 

ସୀତାରମଣ କହିଛନ୍ତି ବାଂଲାଦେଶରୁ ଆସିଥିବା ଲୋକଙ୍କୁ ଦେଶର ଭିନ୍ନ ଭିନ୍ନ ଶିବିରରେ ଥଇଥାନ କରାଯାଇଛି। ଏବେ ସେମାନେ ସେଠାରେ ରହୁଛନ୍ତି ଏବଂ ସେମାନଙ୍କୁ ସେଠାରେ ରହିବାରେ ୫୦ ରୁ ୬୦ ବର୍ଷ ହୋଇଗଲାଣି। ଯଦି ଆପଣ ଏହି କ୍ୟାମ୍ପକୁ ଯିବେ ତେବେ ଆପଣଙ୍କ  ହୃଦୟ ନିଶ୍ଚୟ ତରଳି ଯିବ। ଶ୍ରୀଲଙ୍କା ଶରଣାର୍ଥୀଙ୍କ ମଧ୍ୟ ସେହି ସମାନ ସ୍ଥିତି ଯେଉଁମାନେ କ୍ୟାମ୍ପରେ ରହୁଛନ୍ତି। ସେମାନେ ସର୍ବନିମ୍ନ ସୁବିଧାରୁ ମଧ୍ୟ ବଞ୍ଚିତ। 

ସରକାର କାହାରି ନାଗରିକତା ଛଡ଼ାଇ ନେଉ ନାହାନ୍ତି। ଏହା ଉପରେ ଜୋର ଦେଇ ସୀତାରମଣ କହିଛନ୍ତି ନାଗରିକତା ସଂଶୋଧନ ଆଇନ ଲୋକଙ୍କୁ ଉନ୍ନତ ଜୀବନଶୈଳୀ ଦେବାକୁ ଏକ ପ୍ରୟାସ। ସେହି ପରି ନ୍ୟାସନାଲ ପପୁଲେସନ ରେଜିଷ୍ଟକୁ  ପ୍ରତ୍ୟେକ ୧୦ ବର୍ଷରେ ଅପଡେଟ୍ କରାଯାଏ। ଏନଆରସି ସହିତ ଏହାର କୌଣସି ସଂପର୍କ ନାହିଁ। କିଛି ଲୋକ ମିଥ୍ୟା ଆରୋପ ଲଗାଇ ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା  କରୁଛନ୍ତି।

Subscribe

National International State Sports Entertainment