ମଧ୍ୟପ୍ରଦେଶ ସରକାରଙ୍କ ଅଜବ ନିଷ୍ପତି, ମହିଳା ମାନଙ୍କ ସୁବିଧା ପାଇଁ ଖୋଲାହେବ ସ୍ୱତନ୍ତ୍ର ମଦ କାଉଣ୍ଟର
Khabar Odisha:madhya-pradeshbhopalindorekamalnaths-mp-government-going-to-open-women-only-liquor-shops-in-state
ମଧ୍ୟପ୍ରଦେଶ, ଫେବୃଆରୀ ୨୭ (ଖବର ଓଡ଼ିଶା):

ମଧ୍ୟପ୍ରଦେଶର କମଲନାଥ ସରକାରଙ୍କ ଅଜବ ନିଷ୍ପତି । ମଧ୍ୟପ୍ରଦେଶର ମହିଳା ମାନଙ୍କ ସୁବିଧା ପାଇଁ ଖୋଲାଯିବ ସ୍ୱତନ୍ତ୍ର ମଦ ଦୋକାନ । ଏଭଳି ଅଜବ ନିଷ୍ପତି ଉପରେ ପ୍ରତିକ୍ରିୟା ଦେଇ ସରକାର କହିଛନ୍ତି ରାଜ୍ୟର ମହିଳା ମାନେ ଯେଭଳି ଆରାମରେ ମଦ ଦୋକାନକୁ ଯାଇ ମଦ କିଣି ପାରିବେ ସେ ନେଇ ସରକାରଙ୍କ ପକ୍ଷରୁ ଏଭଳି ଯୋଜନା କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ଭୋପାଳ, ଇନ୍ଦୋର, ଜବଲପୁର ଓ ଗୋୱାଲିୟରରେ ଗୋଟିଏ ଗୋଟିଏ ଦୋକାନ ଖୋଲାଯିବ । ଏହି ସମସ୍ତ ଦୋକାନରେ ୱାଇନ ଓ ୱିସ୍କିର ସେହି ସମସ୍ତ ବ୍ରାଣ୍ଡକୁ ଉବଲବଧ କରାଯିବ ଯେଉଁଗୁଡିକୁ ମହିଳା ମାନେ ଅଧିକ ପସନ୍ଦ କରୁଛନ୍ତି ।

ଏହି ସମସ୍ତ ଦୋକାନ ଦିଲ୍ଲୀ, ମୁମ୍ୱାଇ ଓ ବାଙ୍ଗଲୋର ଭଳି ମେଟ୍ରୋ ସିଟି ମାନଙ୍କରେ ଥିବା ମଦ ଦୋକାନ ଭଳି ଅତ୍ୟାଧୁନିକ ଢଙ୍ଗରେ ଖୋଲାଯିବ । ସଦ ଦୋକାନରେ ଯେଭଳି ମହିଳା ମାନେ କ୍ୱାଲିଟି ମଦ ପାଇପାରିବେ ତାହାକୁ ପ୍ରାଥମିକତା ଦେଇ ପ୍ରଥମେ ମଦ ଦୋକାନ ମାନଙ୍କରେ କେବଳ ବ୍ରାଣ୍ଡେଡ ବିଦେଶୀ ମଦ ବିକ୍ରି କରାଯିବ ବୋଲି ସୂଚନା ଦେଇଛନ୍ତି ସରକାର । ଜଣେ ସରକାରୀ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଏହି କାଉଣ୍ଟରରେ ବିକ୍ରି ହେବାକୁ ଥିବା ମଦ ଉପରେ ସରକାର କୌଣସି ବି ପ୍ରକାରର ଅତିରିକ୍ତ ଅର୍ଥ ନେବେ ନାହିଁ ସାଦାରଣ ମଦ ଦୋକାନରେ ଯାହା ମୂଲ୍ୟ ରହିଥିବ ଏହି ସମସ୍ତ ମଦ ଦୋକାନରେ ମଧ୍ୟ ସମାନ ମୂଲ୍ୟ ରଖାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି । ଯଦି ସରକାରଙ୍କ ଏହି ଯୋଜନା ସଫଳ ହେଲା ତେବେ ରାଜ୍ୟର ଅନ୍ୟ ଅଞ୍ଚଳ ମାନଙ୍କରେ ପରବର୍ତ୍ତୀ ସମୟରେ ଏହାକୁ ଲାଗୁ କରାଯିବ ।

କର୍ମଶିଆଲ ଟ୍ୟାକ୍ସ ଡିପାର୍ଟମେଣ୍ଟର ଆଡଶିନାଲ ଚିଫ ସେକ୍ରେଟାରୀ ଆଇ ସି ପି କିଶୋରୀଙ୍କ କହିବା ଅନୁସାରେ ଏହି ସମସ୍ତ ମହିଳା କାଉଣ୍ଟର ମାନଙ୍କରେ ଦାମୀ ବିଦେଶା ମଦ ମିଳିବ ଯେଉଁ ମଦ ଗୁଡିକ ସାଧାରଣତଃ ମଧ୍ୟପ୍ରଦେଶରେ ମିଳି ନଥାଏ ଏହି ସମସ୍ତ ମଦ ଗୁଡିକୁ ଏହ୍ ମହିଳା କାଉଣ୍ଟରରେ ଉପଲବଧ କରାଯିବ । ଏହି କାଉଣ୍ଟର ଗୁଡିକ ବଡ ବଡ ମଲରେ ହିଁ ସ୍ତାପନା କରାଯିବ ଯେଉଁଠାରେ ଜଣେ ମହିଳା ଆରାମରେ ମଦ କଣିପାରିବ । ରାଜସ୍ୱ ବୃଦ୍ଧି କରିବା ପାଇଁ ମଧ୍ୟ ପ୍ରଦେଶ ସରକାର ଅନେକ ଯୋଜନା ପ୍ରସ୍ତୁତ କରିଛି ଲୋକମାନଙ୍କ ମଧ୍ୟରେ ସ୍ଥାନୀୟ ମଦ ବ୍ରାଣ୍ଡର ପ୍ରଚାର ପ୍ରସାର କରିବା ପାଇଁ ରାଜ୍ୟର କିଛି ପ୍ରମୁଖ ଜିଲ୍ଲାରେ ସରକାର ଆଗାମୀ ଦିନରେ ମଦ ଉତ୍ସବ ଆୟୋଜନ କରିବେ ବୋଲି ବିଚାର କରୁଥିବା ଜଣାପଡିଛି । କେବଳ ଏତିକି ନୂହେଁ ରାଜ୍ୟର 15 ଟି ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀରେ ନୂତନ ମଦ କାଉଣ୍ଟର ଖୋଲିବା ନେଇ ସରକାର ନିଷ୍ପତି ନେଇଥିବା ଜଣାପଡିଛି ।   

  • Tags:

Subscribe

National International State Sports Entertainment