ହୋଟେଲ ପରେ ଟ୍ୟାକ୍ସି ପାଳି, ଦିଲ୍ଲୀର କୌଣସି ଟ୍ୟାକ୍ସିରେ ବସିପାରିବେନି ଚୀନ ନୀଗରିକ
Khabar Odisha:delhi-hotel-taxi-tour-and-travel-association-boycott-chinese-citizen-service-galwan-clash
ନୂଆଦିଲ୍ଲୀ, ଜୁଲାଇ ୦୧ (ଖବର ଓଡ଼ିଶା):

ଦିଲ୍ଲୀ ହୋଟେଲ ଆସୋସିଏସନ ପରେ ବର୍ତ୍ତମାନ ଟୁର ଆଣ୍ଡ ଟ୍ରାଭେଲ ଆସୋସିଏସନ ମଧ୍ୟ ଚୀନ୍ ନାଗରିକଙ୍କୁ ବୟକଟ କରିଛି। ବର୍ତ୍ତମାନ ଚୀନ୍ ନାଗରିକମାନେ ଦିଲ୍ଲୀରେ କୌଣସି ବି ପ୍ରକାରର ଟ୍ୟାକ୍ସି ସେବା ପାଇବେ ନାହିଁ ।

ଦିଲ୍ଲୀର ଟୁର ଏବଂ ଟ୍ୟାକ୍ସି ଟ୍ରାଭେଲ ଆସୋସିଏସନର ଉପାଧ୍ୟକ୍ଷ କମଲ ଛିବର ମଙ୍ଗଳବାର ଏହି ପ୍ରସଙ୍ଗରେ କହିଛନ୍ତି ଯେ ଆମେ ନିଷ୍ପତ୍ତି ନେଇଛୁ ଯେ ଆମେ ଚୀନ୍ ନାଗରିକମାନଙ୍କୁ ଆମ ଟ୍ୟାକ୍ସିରେ ବସାଇବୁ ନାହିଁ ।

କମଲ କହିଛନ୍ତି ଯେ 500 ରୁ ଅଧିକ ଟ୍ୟାକ୍ସି ଅପରେଟର ଏବଂ ଦିଲ୍ଲୀର ଟୁର ଏବଂ ଟ୍ରାଭେଲ ମାଲିକ ଆସୋସିଏସନ ସହ ଜଡିତ। ଏଭଳି ପରିସ୍ଥିତିରେ ସମସ୍ତେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଛନ୍ତି ଯେ ଚାଇନିଜ ଅତିଥିମାନଙ୍କୁ ଆମେ ସେବା ଯୋଗାଇ ଦେବୁ ନାହିଁ। କମଲ ତାଙ୍କ କାର୍ଯ୍ୟାଳୟ ଏବଂ ଗାଡି ଉପରେ ଚୀନ୍ ନାଗରିକଙ୍କ ଉପରେ ନିଷେଧାଦେଶ ଜାରି ହୋଇଥିବା ନେଇ ନୋଟିସ ମଧ୍ୟ ଲଗାଇ ସାରିଲେଣି ।

  • Tags:

Subscribe

National International State Sports Entertainment