ଆଜିଠାରୁ କାଉଣ୍ଟରରେ ମିଳିବ ମଦ
Khabar Odisha:Wine-will-be-available-at-the-counter-from-today
ଭୁବନେଶ୍ୱର, ଜୁଲାଇ ୦୧ (ଖବର ଓଡ଼ିଶା):

ଆଜିଠୁ ଅନଲାଇନ ସହ ଅଫଲାଇନରେ ବି ମିଳିବ ମଦ । ସକାଳ 7ରୁ ସନ୍ଧ୍ୟା 6 ଯାଏଁ ମଦ ବିକ୍ରି ପାଇଁ ଅନୁମତି ମିଳିଛି । ଏଥିପାଇଁ ଅବକାରୀ ବିଭାଗ ପକ୍ଷରୁ ଅନୁମତି ମିଳିଛି । ସେହିପରି ମଦ ଦୋକାନୀଙ୍କ ଲାଇସେନ୍ସ ଫି କୁ ମଧ୍ୟ ଛାଡ କରାଯାଇଛି । ବିଦେଶୀ ଦୋକାନୀଙ୍କ ପାଇଁ ଦୁଇ ମାସ ଲାଇସେନ୍ସ ଫି ଛାଡ କରାଯାଇଥିବା ବେଳେ ଦେଶୀ ଦୋକାନୀଙ୍କ ପାଇଁ ତିନି ମାସ ଲାଇସେନ୍ସ ଫି ଛାଡ କରାଯାଇଛି । ପୂର୍ବରୁ କେବଳ ଅନଲାଇନରେ ବିକ୍ରି ହେଉଥିଲା ମଦ । ତେବେ ଆଜିଠାରୁ କାଉଣ୍ଟରରେ  ମଦ ମିଳିବ ।ସନ୍ଧ୍ୟାକାଳୀନ ଭିଡକୁ ଏଡାଇବା ପାଇଁ ସକାଳ 7ଟାରୁ ସନ୍ଧ୍ୟା 6 ଯାଏଁ ମଦ ବିକ୍ରି ହେବ।

  • Tags:

Subscribe

National International State Sports Entertainment