ବିଲରେ କାମ କରୁଥିବାବେଳେ ହେଲା ବଜ୍ରାଘାତ, ଟଳିପଡ଼ିଲେ ୩ ଜଣ ଚାଷୀ ଯାଜପୁର, ଅକ୍ଟୋବର ୪(ଖବର ଓଡିଶା): Share story: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ହୋଇଛି। ଯାଜପୁର ଓ ବାଲେଶ୍ବର ଜିଲ୍ଲାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରେ ୨ ଜଣ ଓ ବାଲେଶ୍ବର ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ କଅଁଳଖୁଣ୍ଟା ଗାଁର ବିବେକାନନ୍ଦ ଖୁଣ୍ଟିଆ ବଜ୍ରପାତରେ ପ୍ରାଣ ହରାଇଛନ୍ତି। ବଜ୍ରପାତ ସମୟରେ ସେ ବିଲରେ କାମ କରୁଥିଲେ। ତାଙ୍କୁ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲା। ସେହିପରି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଗଡମଧୁପୁରର ବାଞ୍ଛାନିଧି ଏବଂ ଯୋଗୀ ଯାଇଥିଲେ ବିଲକୁ ଯାଇଥିଲେ। ଆଉ ଘାସ କାଟି ଫେରୁଥିବାବେଳେ ଏକ ଗଛମୂଳେ ବସିଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିଲା । ଏଥିରେ ଦୁଇଜଣ ଯୁବକଙ୍କର ମୃତ୍ୟୁ ହୋଇଯାଇଥିଲା । ଖବର ଓଡ଼ିଶା, Reporter, 04/10/2022