କେନ୍ଦୁଝର , ଫେବୃଆରୀ 23 (ଖବର ଓଡ଼ିଶା):
କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଏରେଣ୍ଡେଇ ଗ୍ରାମର ବୈତରଣୀ ନଦୀ କୂଳରେ ଥିବା ଜଙ୍ଗଲରେ ନିଆଁ ଲଗାଇଦେଲା ଦୁର୍ବୃତ୍ତ। ଫଳରେ ୨ ହଜାରରୁ ଅଧିକ ଆକାଶିଆ ଗଛ ଜଳିପୋଡି ନଷ୍ଟ ହୋଇଯାଇଛି।
ସୁଚନା ଅନୁସାରେ ବୈତରଣୀ ନଦୀ କୂଳରେ ୨୫ ଏକର ପରିସୀମା ମଧ୍ୟରେ ୧୬ ହଜାର ଆକାଶିଆ ଗଛ ପାଟଣା ବନାଞ୍ଚଳ ପକ୍ଷରୁ ଲଗାଯାଇଥିଲା । ତେବେ ଉକ୍ତ ଗ୍ରାମ୍ୟ ଜଙ୍ଗଲରେ କେହି ଜଣେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି।
ଯାହାଫଳରେ ଦୁଇ ହଜାରରୁ ଅଧିକ ଗଛ ପୋଡ଼ି ନଷ୍ଟ ହୋଇଯାଇଛି । ଏହି ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।