ଆଜି ୧୫ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ କାର୍ଯ୍ୟ, ଟିକା ଅଭାବ
Khabar Odisha:Vaccination-work-will-be-closed-in-15-districts-today
ଭୁବନେଶ୍ବର, ମେ ୦୫ (ଖବର ଓଡ଼ିଶା):

କରୋନା ଟିକା ଅଭାବ ହେତୁ ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ୧୫ଟି ସ୍ଥାନରେ ଟିକାକରଣ ସ୍ଥଗିତ ରଖାଯାଇଛି।

ଆଜି ବୌଦ୍ଧ, ବାଲେଶ୍ବର, ବରଗଡ, ଅନୁଗୁଳ, କଟକ, ଦେଓଗଡ, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ, କେଉଁଝର, କୋରାପୁଟ, ନବରଙ୍ଗପୁର, ରାୟଗଡା, ସମ୍ବଲପୁର ଏବଂ ସୋନପୁରରେ ଟିକା ଦିଆଯିବନାହିଁ ବୋଲି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଉଲ୍ଲେଖଯୋଗ୍ୟ, କୋଭିଶିଲ୍ଡ ଟିକା ଅଭାବ ହେତୁ ଗତକାଲି ରାଜ୍ୟର ୧୧ଟି ଜିଲ୍ଲାରେ କୋଭିଡ ଟୀକାକରଣ ଅଧିବେଶନ ସ୍ଥଗିତ ରଖାଯାଇଥିଲା।

  • Tags:

Subscribe

National International State Sports Entertainment