ଦେଶରେ ତୈଳ ଦର ବୃଦ୍ଧି ସାମୟିକ, ଖୁବ ଶୀଘ୍ର ସ୍ଥିତି ଠିକ ହେବ : ଧର୍ମେନ୍ଦ୍ର ପ୍ରଧାନ
Khabar Odisha:Union-minister-Dharmendra-Pradhan-statement-on-Petrol-price
ଭୁବନେଶ୍ୱର, ଫେବୃଆରୀ 23 (ଖବର ଓଡିଶା) :

ଦେଶରେ ତୈଳ ଦର ବୃଦ୍ଧି ହୋଇଛି ଏହା ସାମୟିକ । ସ୍ଥିତି ଖୁବ ଶୀଘ୍ର ଠିକ ହୋଇଯିବ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରସଙ୍ଗ ଉପରେ ପ୍ରତିକ୍ରିୟାରେ ଦେଇ ଏହି ସୂଚନା ଦେଇଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ବିଶ୍ୱବଜାରରେ ତୈଳ ଉତ୍ପାଦନ ହ୍ରାସ ପାଇଛି । ଆମେରିକାରେ ତୈଳ ଉତ୍ପାଦନ ହ୍ରାସ ପାଇଥିବାରୁ ଏହାର ପ୍ରଭାବ ଆମ ଦେଶରେ ପଡ଼ିଛି । ଏହି ଅସୁବିଧା ସାମୟିକ ସମୟ ପାଇଁ ହୋଇଛି । ଏହି ସ୍ଥିତି ଶୀଘ୍ର ସୁଧାରିଯିବ ବୋଲି ଆଶା କରାଯାଉଛି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ସେ ଆହୁରି କହିଛନ୍ତି, ତୈଳ ଉତ୍ପାଦନ ବୃଦ୍ଧି ପାଇଁ ଉତ୍ପାଦନକାରୀ ରାଷ୍ଟ୍ରଙ୍କ ଉପରେ ଚାପ ପକାଯାଉଛି  । ସେମାନେ ଯେପରି ମନମାନି କାର୍ଯ୍ୟ ନ କରିପାରିବେ ସେ ବ୍ୟବସ୍ଥା ହେଉଛି  । ପେଟ୍ରୋଲ ଓ ଡିଜେଲ ଜିଏସଟି ପରିସରଭୁକ୍ତ ହେଲେ ଦର କମିବା ସମ୍ଭାବନା ରହିଛି । ଗ୍ରାହକ ଏଥିରୁ ଲାଭ ପାଇପାରିବେ  । ଏଥିପାଇଁ କେନ୍ଦ୍ର ସରକାର ନିରନ୍ତର ଉଦ୍ୟମ କରୁଛନ୍ତି । ଜିଏସଟି କାଉନସିଲ ଏନେଇ ନିଷ୍ପତ୍ତି ନେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

  • Tags:

Subscribe

National International State Sports Entertainment