ଟ୍ରିଲା: ଆମେରିକାର କେନ୍ଦ୍ରୀୟ ଇଲିନୋଇସ ଅଞ୍ଚଳରେ ଶନିବାର ଦିନ ଏକ ଏକକ ଇଞ୍ଜିନ୍ ବିଶିଷ୍ଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ବିମାନରେ ଥିବା ସମସ୍ତ ଚାରି ଜଣଙ୍କର ମୃତ୍ୟୁ ହୋଇଛି। କୋଲ୍ସ କାଉଣ୍ଟି କରୋନର ଏଡ୍ ସ୍ନାଇୟର୍ସ କହିଛନ୍ତି ଯେ ପୀଡିତଙ୍କ ମଧ୍ୟରେ ଦୁଇଜଣ ମହିଳା ଏବଂ ଦୁଇଜଣ ପୁରୁଷ ଥିଲେ। ବର୍ତ୍ତମାନ ମୃତକଙ୍କ ପରିବାର ବିଷୟରେ ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ। ପରିବାର ସଦସ୍ୟଙ୍କଠାରୁ ସୂଚନା ପାଇବା ପରେ ଆନୁଷ୍ଠାନିକ ସୂଚନା ପ୍ରକାଶ କରାଯିବ।
ଜାତୀୟ ପରିବହନ ସୁରକ୍ଷା ବୋର୍ଡ ଏକ ଇମେଲରେ କହିଛି ଯେ ସେସନା ସି୧୮୦ଜି ବିମାନଟି ସକାଳ ୧୦ଟା ପରେ ଟ୍ରିଲା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏନ୍ଟିଏସ୍ବି କହିଛି ଯେ ପ୍ରାରମ୍ଭିକ ସୂଚନା ଅନୁଯାୟୀ ବିମାନଟି ବିଦ୍ୟୁତ୍ ତାର ସହିତ ଧକ୍କା ହୋଇଥିଲା।
ରାଜ୍ୟପାଳ ଜେବି ପ୍ରିଜକର ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି, କୋଲ୍ସ କାଉଣ୍ଟିରୁ ଭୟଙ୍କର ଖବର ଆସୁଛି ସେ ଆହୁରି କହିଛନ୍ତି ଯେ ତାଙ୍କ ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଛି ଏବଂ ବିମାନ ଦୁର୍ଘଟଣାରେ ପ୍ରଭାବିତ ଲୋକଙ୍କ ପ୍ରତି ସମବେଦନା ଜଣାଉଛି।"
ଅଧିକ ପଢ଼ନ୍ତୁ: ଦିଲ୍ଲୀରେ ଅବତରଣ କରିପାରିଲାନି ଓମାର ଅବଦୁଲ୍ଲାଙ୍କ ବିମାନ