ଆମେରିକା ପ୍ରଦର୍ଶନରେ ଭାରତୀୟ ହିରୋ, 60 ପ୍ରଦର୍ଶନକାରୀଙ୍କୁ ବଞ୍ଚାଇ ଚର୍ଚ୍ଚାରେ ଭାରତୀୟ ଯୁବକ ରାହୁଲ ଦୁବେ
Khabar Odisha:US-Protests-Indian-American-gives-shelter-to-70-protestors
ୱାଶିଂଟନ, ଜୁନ ୦୬ (ଖବର ଓଡ଼ିଶା):

କୃଷ୍ଣକାୟ ଆମେରିକୀୟ ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ପରେ ତାଙ୍କୁ ନ୍ୟାୟ ପ୍ରଦାନ କରିବା ଦାବିରେ ରାସ୍ତାକୁ ଓହ୍ଲାଇଥିବା ଆନ୍ଦୋଳନକାରୀ ମାନଙ୍କ ପାଇଁ, ଆମେରିକାରେ ରହୁଥିବା ଜଣେ ପ୍ରବାସୀ ଭାରତୀୟ ବ୍ୟକ୍ତି ଭଗବାନ ଭାବରେ ସେମାନଙ୍କ ତ୍ରାଣକର୍ତ୍ତା ସାଜିଥିବା ନେଇ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ପ୍ରବଳ ଚର୍ଚ୍ଚା ହେଉଥିବା ଜଣାପଡିଛି । ପ୍ରବାସୀ ଭାରତୀୟ ରାହୁଲ ଦୁବେ ସୋମବାର ରାତିର କର୍ଫ୍ୟୁ ପରେ ୱାଶିଂଟନରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା 60 ଜଣ 'ବ୍ଲାକ୍ ଲାଇଭସ୍ ମ୍ୟାଟର୍' ପ୍ରଦର୍ଶନକାରୀଙ୍କ ଜୀବନ ରକ୍ଷା କରିଛନ୍ତି । ଏହି ପ୍ରଦର୍ଶନକାରୀମାନଙ୍କୁ ଗିରଫରୁ ରକ୍ଷା କରିବା ପାଇଁ ରାହୁଲ ତାଙ୍କ ଘରର କବାଟ ଖୋଲି ଦେଇଥିଲେ ।

ରାହୁଲ କହିଛନ୍ତି ଯେ ଯେତେବେଳେ ବିକ୍ଷୋଭକାରୀମାନେ ତାଙ୍କ ଘରର ଦ୍ୱାର ଦେଇ ଘର ଭିତରକୁ ପଶୁଥିଲେ, ସେତେବେଳେ ପୋଲିସ ମାତ୍ର ଦୁଇଟି ଘର ଦୂରରେ ଥିଲା। ଜଣେ 22 ବର୍ଷୀୟ ବିକ୍ଷୋଭକାରୀ କହିଛନ୍ତି ଯେ ରାହୁଲ ସେହି ସମୟରେ ତାଙ୍କ ବିଷୟରେ ଚିନ୍ତା ନକରି ବରଂ ଆମେ କିଭଳି ସୁରକ୍ଷିତ ରହି ପାରିବୁ ସେ ନେଇ ଚେଷ୍ଟା କରିଥିଲେ | କେବଳ ସେତିକି ନୂହେଁ ସେ ଆମ ମାନଙ୍କୁ ଆମ ଅଧିକାର ବିଷୟରେ କହିବା ସହ ଏବଂ ରାତିସାରା ଆମମାନଙ୍କର ମନୋବଳ ବଢାଇଥିଲେ | ଯେତେବେଳେ ହିଂସା ବିଷୟରେ ପଚରାଗଲା, ଦୁବେ କହିଛନ୍ତି ଯେ ପ୍ରଦର୍ଶନକାରୀମାନେ ଶାନ୍ତି ଶୃଙ୍ଖଳା ସହ ପ୍ରଦର୍ଶନ କରୁଥିଲେ ।

ହେଲେ ପୋଲିସ ପ୍ରଦର୍ଶନକାରୀଙ୍କ ଉପରେ ଲୁହବୁହା ଗ୍ୟାସ ସ୍ପ୍ରେ କରିଥିଲା ଏବଂ ପ୍ରଦର୍ଶନକାରୀମାନେ ରାହୁଲଙ୍କ ଘର ଭିତରକୁ ଯିବା ପରେ ପ୍ରାୟ 10 ମିନିଟ୍ ପର୍ଯ୍ୟନ୍ତ କାଶିବା ସହ ଆଖି ଘଷୁଥିଲେ । ପୋଲିସଠାରୁ ବଞ୍ଚିବା ପାଇଁ ଅନେକ ପ୍ରଦର୍ଶନକାରୀ ଦୌଡିବା ସମୟରେ ତାଙ୍କ ପାହାଁଞ୍ଚ ଉପରେ ଖସିପଡି ସାମାନ୍ୟ ଆହାତ ମଧ୍ୟ ହୋଇଥିଲେ କିନ୍ତୁ ସମସ୍ତେ ପରସ୍ପରକୁ ସମର୍ଥନ କରିଥିଲେ | ଏନବିସି ୱାଶିଂଟନ୍ ସହ ବାର୍ତ୍ତାଳାପରେ ଦୁବେ କହିଛନ୍ତି ଯେ ପୋଲିସ ତାଙ୍କ ଘରକୁ ଅନେକ ଥର ଆସିବାକୁ ଚେଷ୍ଟା କରିଥିଲା। ପ୍ରତ୍ୟେକ ଥର ଦୁବେ ପୋଲିସକୁ କହିଥିଲେ ଯେ ତାଙ୍କ ଘରେ ବିକ୍ଷୋଭକାରୀଙ୍କୁ ସ୍ୱାଗତ କରାଯାଉଛି । ସେ କହିଥିଲେ, 'ଯେ ସେହି ସମୟରେ ମୋ ଘରେ କେବଳ ସମସ୍ତଙ୍କୁ ସାହାର୍ଯ୍ୟ, ସେବା କରିବା ଓ ଭଲପାଇବାର ମାହୋଲ ସୃଷ୍ଟି ହୋଇଥିଲା, ଅନ୍ଧାର ରାତିରେ ଯେତେବେଳେ ସମସ୍ତେ ଶୋଇବା କଥା ସେତେବେଳେ ଆମ ଘରେ ଏକ ଅଲଗା ପ୍ରକାରର ପରିବେଶ ସୃଷ୍ଟି ହୋଇଥିଲା । ଯାହା ଖୁବ ସୁନ୍ଦର ଲାଗୁଥିଲା ବୋଲି ରାହୁଲ କହିଛନ୍ତି ।

  • Tags:

Subscribe

National International State Sports Entertainment