ସୁରତ: ଗୁଜରାଟର ସୁରଟରେ ୨ ବର୍ଷର ଜଣେ ଶିଶୁ ମ୍ୟାନହୋଲ (ବୃହତ୍ତ ଗାତ)ରେ ଖସି ପଡିଛି। ବୁଧବାର ଅଧିକାରୀମାନେ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଘଟଣାଟି ଘଟିଛି ସୁରଟ ଜିଲ୍ଲାର ଭାରିଆବ ଗାଁରେ। ଖବର ପାଇ ଅଗ୍ନିଶମ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।
ମୁଖ୍ୟ ଅଗ୍ନିଶମ ଅଧିକାରୀ ବସନ୍ତ ପାରିଖ ଗଣମାଧ୍ୟମକୁ କହିଛନ୍ତି ଯେ ଏକ ଭାରୀ ଯାନ ଦ୍ୱାରା ମ୍ୟାନହୋଲ ଚେମ୍ବରର କଭର କ୍ଷତିଗ୍ରସ୍ତ ହୋଇଥିଲା। ଏହାରି ଉପର ଦେଇ ଯିବା ବେଳେ ଜଣେ ୨ ବର୍ଷର ଶିଶୁ ଖସି ପଡ଼ିଛି। ଆମେ ପ୍ରାୟ ୧୦୦-୧୫୦ ମିଟର ଅଞ୍ଚଳରେ ଖୋଜାଖୋଜି କରିଛୁ। ଶିଶୁଟିକୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଚାଲିଛି ବୋଲି ସେ କହିଛନ୍ତି। ଏଠାରେ ୬୦ରୁ ୭୦ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଶିଶୁଟିକୁ ଉଦ୍ଧାର କରିବାକୁ ସମୟ ଲାଗିବ।
ଅଧିକ ପଢ଼ନ୍ତୁ: କାହା ଦଖଲକୁ ଯିବ ଦିଲ୍ଲୀ; କିଏ ମାରିବ ବାଜିମାତ୍