ବାରହା ମାଂସ ସହ ଦୁଇ ଶିକାରୀ ଗିରଫ
Khabar Odisha:Two-poachers-arrested-in-Dhenkanal
ଢେଙ୍କାନାଳ, ନଭେମ୍ବର ୨୪ (ଖବର ଓଡ଼ିଶା):

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ଚିଲଦା ଗ୍ରାମରୁ ବାରହା ଶିକାର କରିଥିବା ଦୁଇ ଶିକାରୀ ଓ ବାରାହା ମାଂସକୁ ଜବତ କରିଛି ବନ ବିଭାଗ । ସୂଚନା ଅନୁସାରେ ଗତକାଲି ରାତିରେ ଚିଲଦା ଗ୍ରାମର ଦୁଃଖବନ୍ଧୁ ପାତ୍ର ଓ ଖଜୁରିଆ ଗ୍ରାମର ପ୍ରଦୀପ ପାତ୍ର ବାରାହା ଶିକାର କରି ମାଂସ ଭାଗବଣ୍ଟା କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇଁ ପୂର୍ବାଞ୍ଚଳ ରେଞ୍ଜର ସତ୍ୟ ନାରାୟଣ ସାହୁ ଓ ଏକ ଟିମ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରିବା ସହିତ ବାରାହା ମାଂସକୁ ଜବତ କରିଛି । ଆନୁମାନିକ ୩୫ କେଜି ଓଜନର ବାରାହା ମାଂସ ଜବତ ହୋଇଥିବାବେଳେ ଗିରଫ ଦୁଇ ଜଣଙ୍କୁ କୋଭିଡ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯିବ ବୋଲି ରେଞ୍ଜର କହିଛନ୍ତି ।

  • Tags:

Subscribe

National International State Sports Entertainment