ଜଙ୍ଗଲକୁ ଛେଳି ଚରାଇ ଯାଇଥିବା ବେଳେ ଅଘଟଣ, ବଜ୍ରାଘାତରେ ଚାଲିଗଲା ୨ ଜଣଙ୍କ ଜୀବନ
Khabar Odisha:Two-people-lost-their-lives-in-a-lightning-strike-while-a-goat-was-grazing-in-the-forest
ଘଟଗାଁ, ଜୁନ୍ ୨୨(ଖବର ଓଡିଶା):

ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ଅଘଟଣ ଘଟିଛି । ଏହି ସମୟରେ ବଜ୍ରାଘାତ ହୋଇଥିଲା । ଫଳରେ ୨ ଜଣଙ୍କର ଜୀବନ ଯାଇଛି । ମୃତକ ହେଲେ କେନ୍ଦୁଝର ଜିଲ୍ଲା ଘଟଗାଁ ସାନ୍ତରାପୁର ଗାଁର ।

ଓଡିଶାରେ ସକ୍ରିୟ ହୋଇରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ତେବେ ଏହି ସମୟରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ରାଜ୍ୟର ୮ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହିତ ସତର୍କ ରହିବାକୁ ମଧ୍ୟ କୁହାଯାଇଛି ।

  • Tags:

Subscribe

National International State Sports Entertainment