ଗୋ-ସୁରକ୍ଷା କାରୀଙ୍କୁ ଗୁଳିମାଡ଼ ଘଟଣାରେ ଆଉ ୨ ଅଭିଯୁକ୍ତ ଗିରଫ, ଅଭିଯୁକ୍ତଙ୍କ ସଂଖ୍ୟା ୧୪ କୁ ବୃଦ୍ଧି ମୟୂରଭଞ୍ଜ , ମେ 22(ଖେବର ଓଡିଶା): Share story: ଗୋ ମାଫିଆଙ୍କ ଦ୍ୱାରା ଗୋ ସୁରକ୍ଷା କାରୀଙ୍କୁ ଗୁଳିମାଡ଼ ଘଟଣାରେ ଗିରଫ ହେଲେ ଆଉ ୨ ଅଭିଯୁକ୍ତ । ଗତକାଲି ମୟୂରଭଞ୍ଜ କରଞ୍ଜିଆରେ ଏହି ଘଟଣା ଘଟିଥିବା ବେଳେ ବର୍ତ୍ତମାନ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୪ କୁ ବୃଦ୍ଧି ପାଇଛି । ଅଧିକ ପଚରାଉଚରା ପରେ ୨ ଜଣଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କରଞ୍ଜିଆ ଏସଡ଼ିପିଓ ସୁଦର୍ଶନ ଗାଙ୍ଗଇ ସୂଚନା ଦେଇଛନ୍ତି । ଖବର ଅନୁସାରେ ଗତକାଲି ସକାଳେ ୪୯ନଂ ଜାତୀୟ ରାଜପଥ ବେଗୁନିଆ ଟୋଲଗେଟ ନିକଟରେ ଗୋ ମାଫିଆ ମାନେ ଦେବସେନା ଓ ବଜରଙ୍ଗ ଦଳ କର୍ମୀଙ୍କ ଉପରେ ଗୁଳିମାଡ଼ କରି ୨ ଜଣଙ୍କୁ ଗୁରୁତର କରିଥିଲେ । ଖବର ଓଡ଼ିଶା, Reporter, 22/05/2022