ହେଲସିଲନଙ୍କି: ଫିନଲ୍ୟାଣ୍ଡରେ ଏକ ବଡ଼ଧରଣର ହେଲିକପ୍ତଟର ଦୁର୍ଘଟଣା ଘଟିଛି। ଆକାଶରେ ଧକ୍କା ହେଲା ପରେ ୨ଟି ହେଲିକପ୍ଟର ତଳେ ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି। କୁହାଯାଉଛି ଯେ ଦୁର୍ଘଟଣା ସମୟରେ ଉଭୟ ହେଲିକପ୍ଟରରେ କେବଳ ପାଞ୍ଚ ଜଣ ଥିଲେ।
ପୋଲିସ ଦୁର୍ଘଟଣା ବିଷୟରେ ଏକ ବିବୃତ୍ତି ଜାରି କରି କହିଛି, ଏହି ଦୁର୍ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି। ପୀଡିତମାନଙ୍କୁ ଚିହ୍ନଟ କରାଯାଉଛି ଏବଂ ପୋଲିସ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଏବଂ ତଦନ୍ତ କାର୍ଯ୍ୟରେ ନିୟୋଜିତ ଅଛନ୍ତି।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ଦୁଇଟି ହେଲିକପ୍ଟର ଏଷ୍ଟୋନିଆରୁ ଉଡ଼ାଣ ଆରମ୍ଭ କରିଥିଲା ଏବଂ କିଛି ବ୍ୟବସାୟୀଙ୍କୁ ନେଇ ଯାଉଥିଲା। ଗୋଟିଏ ହେଲିକପ୍ଟରରେ ତିନି ଜଣ ଏବଂ ଅନ୍ୟ ଏକ ହେଲିକପ୍ଟରରେ ଦୁଇଜଣ ବସିଥିଲେ। ପୋଲିସ କହିଛି ଯେ ଦୁର୍ଘଟଣାଟି ଫିନଲ୍ୟାଣ୍ଡର କୌଟୁଆ ସହରର ଦକ୍ଷିଣ-ପଶ୍ଚିମ ଭାଗରେ ଥିବା ୟୁରା ବିମାନବନ୍ଦର ନିକଟରେ ଏକ ଜଙ୍ଗଲିଆ ଅଞ୍ଚଳରେ ଘଟିଛି।
ଶନିବାର ୟୁରା ବିମାନବନ୍ଦର ନିକଟରେ ଦୁଇଟି ହେଲିକପ୍ଟର ଧକ୍କା ହେବା ଫଳରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି। ଜାତୀୟ ତଦନ୍ତ ବ୍ୟୁରୋର ଡିଟେକ୍ଟିଭ୍ ଚିଫ୍ ଇନ୍ସପେକ୍ଟର ଜୋହାନ୍ସ ସିରିଲା କହିଛନ୍ତି, ଉଭୟ ହେଲିକପ୍ଟର ଫିନଲ୍ୟାଣ୍ଡ ବାହାରେ ପଞ୍ଜିକୃତ ହୋଇଥିଲା।
ଦୁର୍ଘଟଣାର ପ୍ରକୃତ କାରଣ ବିଷୟରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ପ୍ରକାଶ ପାଇନାହିଁ। ବର୍ତ୍ତମାନ, ଖରାପ ପାଗ କିମ୍ବା କୌଣସି ଯାନ୍ତ୍ରିକ ତ୍ରୁଟି ବିଷୟରେ କୌଣସି ସୂଚନା ମିଳିନାହିଁ। ତଦନ୍ତକାରୀ ଏଜେନ୍ସିଗୁଡ଼ିକ ଏବେ ବ୍ଲାକ୍ ବାକ୍ସ, ଫ୍ଲାଇଟ୍ ରେକର୍ଡ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ଧକ୍କାର କାରଣ ଖୋଜିବାକୁ ଚେଷ୍ଟା କରୁଛନ୍ତି।
ଅଧିକ ପଢ଼ନ୍ତୁ: ବିଫଳ ହେଲା EOS-09 ଉପଗ୍ରହର ଉତ୍କ୍ଷେପଣ