ନୂଆଦିଲ୍ଲୀ: ଚୀନ୍ର ଦକ୍ଷିଣ ପ୍ରଦେଶ ୟୁନାନ୍ରେ ଗୁରୁବାର ସକାଳେ ଏକ ଦୁଃଖଦ ଟ୍ରେନ୍ ଦୁର୍ଘଟଣା ଘଟିଛି। ଏଥିରେ ଏଗାର ଜଣଙ୍କର ମୃତ୍ୟୁ ଏବଂ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। କୁନମିଂ ସହରର ଲୁଓୟାଙ୍ଗ ଟାଉନ୍ ରେଳ ଷ୍ଟେସନ୍ ଭିତରେ ଏକ ବକ୍ର ଟ୍ରାକ୍ରେ ଭୂମିକମ୍ପ ମାପ ଉପକରଣ ପରୀକ୍ଷା କରୁଥିବା ଏକ ଟ୍ରେନ୍ ରେଳ କର୍ମଚାରୀଙ୍କ ଏକ ଗୋଷ୍ଠୀ ସହିତ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି।
ଚାଇନା ସେଣ୍ଟ୍ରାଲ୍ ଟେଲିଭିଜନ ଅନୁଯାୟୀ ଗୁରୁବାର ସକାଳେ ଦକ୍ଷିଣ-ପଶ୍ଚିମ ଚୀନ୍ର ୟୁନାନ୍ ପ୍ରଦେଶର ରାଜଧାନୀ କୁନମିଂରେ ଲୁଓୟାଙ୍ଗ ଟାଉନ୍ ରେଳ ଷ୍ଟେସନ୍ର ଏକ ବକ୍ର ଅଂଶରେ ଭୂମିକମ୍ପ ସଙ୍କେତ ଚିହ୍ନଟ କରୁଥିବା ଏକ ପରୀକ୍ଷାମୂଳକ ଟ୍ରେନ୍ ଟ୍ରାକ୍ରେ ନିର୍ମାଣ ଶ୍ରମିକଙ୍କ ସହ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଏଗାର ଜଣଙ୍କର ମୃତ୍ୟୁ ଏବଂ ୨ ଜଣ ଆହତ ହୋଇଛନ୍ତି।
ଦୁର୍ଘଟଣା ପରେ ରେଳ ଅଧିକାରୀ ଏବଂ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପୀଡିତଙ୍କ ପାଇଁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଚିକିତ୍ସା ଏବଂ ସମ୍ପର୍କିତ କାର୍ଯ୍ୟ ସୁରୁଖୁରୁରେ ଚାଲିଛି।
ବର୍ତ୍ତମାନ, ଷ୍ଟେସନ୍ରେ ସାଧାରଣ ପରିବହନ ସେବା ପୁନର୍ବାର ଆରମ୍ଭ ହୋଇଛି। ଦୁର୍ଘଟଣାର ସଠିକ୍ କାରଣ ପାଇଁ ତଦନ୍ତ ଜାରି ରହିଛି। ଆଇନ ଏବଂ ନିୟମ ଅନୁଯାୟୀ ଦାୟୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବ।
ଅଧିକ ପଢ଼ନ୍ତୁ: ୯୦କୋଟି ଲୁଟ୍ ପାଇଁ ୭ଛାତ୍ର ଗିରଫ