ହଙ୍ଗକଙ୍ଗ୍: ହଙ୍ଗକଙ୍ଗ୍ର ତାଇ ପୋ ଅଞ୍ଚଳରେ ଥିବା ୱାଙ୍ଗ ଫୁକ୍ କୋର୍ଟର ଅନେକ ଟାୱାରରେ ଅଗ୍ନିକାଣ୍ଡ ଘଟି ୪୪ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୩୦୦ରୁ ଅଧିକ ନିଖୋଜ ଅଛନ୍ତି। ସିଏନଏନ ଏକ ସରକାରୀ ବିବୃତ୍ତିକୁ ଉଦ୍ଧୃତ କରି କହିଛି ଯେ ନିଖୋଜମାନଙ୍କୁ ଖୋଜିବା ପାଇଁ ପ୍ରୟାସ ଚାଲିଛି। ନିଆଁ ଲାଗି ରହିଥିବାରୁ ଉପର ମହଲାରେ ଫସି ରହିଥିବା ବାସିନ୍ଦାଙ୍କ ପାଖକୁ ପହଞ୍ଚିବାକୁ ଅଗ୍ନିଶମ କର୍ମଚାରୀମାନେ ସଂଘର୍ଷ କରୁଛନ୍ତି। ଅଧିକାରୀମାନେ ଗୁରୁବାର ସକାଳେ ପ୍ରକାଶ କରିଛନ୍ତି ଯେ ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି- ଏକ ନିର୍ମାଣ କମ୍ପାନୀର ଦୁଇ ନିର୍ଦ୍ଦେଶକ ଏବଂ ଜଣେ ପରାମର୍ଶଦାତା।
ନିଆଁ ଲାଗି ରହିଥିବାରୁ ଉପର ମହଲାରେ ଫସି ରହିଥିବା ବାସିନ୍ଦାଙ୍କ ପାଖକୁ ପହଞ୍ଚିବାକୁ ଅଗ୍ନିଶମ କର୍ମଚାରୀମାନେ ସଂଘର୍ଷ କରୁଛନ୍ତି। ଏହି ସମୟରେ, ଭୟଙ୍କର ଅଗ୍ନିକାଣ୍ଡରୁ ଭଙ୍ଗା ଖଣ୍ଡ ପଡ଼ିବା ଆରମ୍ଭ ହେବା ସହିତ, ଆତଙ୍କ ସୃଷ୍ଟି ହୋଇଥିଲା ଏବଂ ସବୁଠି ଚିତ୍କାର ଶୁଣିବାକୁ ମିଳିଥିଲା। ଅଧିକାରୀମାନେ ଏହା ମଧ୍ୟ ସନ୍ଦେହ କରୁଛନ୍ତି ଯେ ଘଟଣାସ୍ଥଳରେ ଥିବା ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀ - ଯେପରିକି ସୁରକ୍ଷା ଜାଲି, କାନଭାସ୍ ସିଟ୍ ଏବଂ ପ୍ଲାଷ୍ଟିକ୍ ଆବରଣ - ଆବଶ୍ୟକ ସୁରକ୍ଷା ମାନଦଣ୍ଡ ପୂରଣ କରିନାହିଁ। ଏହି କମ୍ପ୍ଲେକ୍ସର ଆଠଟି ଟାୱାର ମଧ୍ୟରୁ ସାତଟି ଟାୱାର, ଯେଉଁଠାରେ ଅନେକ ବୟସ୍କ ବାସିନ୍ଦା ବାସ କରନ୍ତି, ଅଗ୍ନିକାଣ୍ଡ ଘଟିବାର କିଛି ଘଣ୍ଟା ପରେ ମଧ୍ୟ ଜଳୁଥିଲା। ଏହି ଅଗ୍ନିକାଣ୍ଡକୁ ହଙ୍ଗକଙ୍ଗ୍ର ୩୦ ବର୍ଷ ମଧ୍ୟରେ ସବୁଠାରୁ ଭୟଙ୍କର ବୋଲି କୁହାଯାଉଛି। ୧୯୯୬ ମସିହାରେ ଘଟିଥିବା କୁଖ୍ୟାତ ଗାର୍ଲି ବିଲ୍ଡିଂ ଅଗ୍ନିକାଣ୍ଡ ଅପେକ୍ଷା ମଧ୍ୟ ଅଧିକ ଭୟଙ୍କର, ଯେଉଁଥିରେ ୪୧ ଜଣଙ୍କର ମୃତ୍ୟୁ ହୋଇଥିଲା।
ତାଇ ପୋ ଜିଲ୍ଲାରେ ଅବସ୍ଥିତ ଏହି ଅଗ୍ନିକାଣ୍ଡ ପ୍ରାୟ ୧୬ ଘଣ୍ଟା ଧରି ଜଳୁଛି, ଏବଂ ଅଗ୍ନିଶମ କର୍ମଚାରୀମାନେ ତିନୋଟି ସର୍ବାଧିକ ପ୍ରଭାବିତ ଟାୱାର ଉପରେ ସେମାନଙ୍କର ଧ୍ୟାନ କେନ୍ଦ୍ରିତ କରୁଛନ୍ତି। ସେମାନେ କହିଛନ୍ତି ଯେ ଅନ୍ୟ ଚାରୋଟି କୋଠାରେ ଲାଗିଥିବା ନିଆଁକୁ ‘ନିୟନ୍ତ୍ରିତ’ କରାଯାଇଛି, ଯଦିଓ ସମ୍ପୂର୍ଣ୍ଣ ଭାବରେ ଲିଭାଇ ଦିଆଯାଇନାହିଁ। ନିଆଁ ଏତେ ଶୀଘ୍ର କିପରି ବ୍ୟାପିଲା ସେ ବିଷୟରେ ପ୍ରଶ୍ନ ଉଠାଯାଉଛି।
ଅଗ୍ନିଶମ ସେବା ନିର୍ଦ୍ଦେଶକ ଆଣ୍ଡି ୟେଙ୍ଗ କହିଛନ୍ତି ଯେ କର୍ମଚାରୀମାନେ ପଲିଷ୍ଟାଇରିନ୍ ବୋର୍ଡରେ ଆଚ୍ଛାଦିତ ଅନେକ କୋଠାରେ ଝରକା ଦେଖିଥିଲେ, ଯାହାକୁ ସେ ଅତ୍ୟନ୍ତ ଅସାଧାରଣ ବୋଲି ବର୍ଣ୍ଣନା କରିଥିଲେ। ସେ କହିଛନ୍ତି ଯେ ଏହି ପଲିଷ୍ଟାଇରିନ୍ ବୋର୍ଡଗୁଡ଼ିକ ଅତ୍ୟନ୍ତ ଜ୍ୱଳନଶୀଳ ଏବଂ ନିଆଁ ଦ୍ରୁତ ଗତିରେ ବ୍ୟାପିଥାଏ।
ହଂକଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଜନ୍ ଲି କହିଛନ୍ତି ଯେ ସହରର ଗୃହ କର୍ତ୍ତୃପକ୍ଷ ନବୀକରଣ ସମୟରେ କୋଠାଗୁଡ଼ିକରେ ପ୍ରୟୋଗ କରାଯାଇଥିବା ସୁରକ୍ଷା ସ୍ତର ଯଥେଷ୍ଟ ଅଗ୍ନି-ପ୍ରତିରୋଧୀ କି ନାହିଁ ତାହା ମଧ୍ୟ ତଦନ୍ତ କରିବେ। ସେ କହିଛନ୍ତି, ଆମେ ସେମାନଙ୍କୁ ଆଇନ ଏବଂ ନିୟମ ଅନୁଯାୟୀ ଦାୟୀ କରିବୁ।
ଅଧିକ ପଢ଼ନ୍ତୁ: ଦୁଇ ନ୍ୟାସନାଲ୍ ଗାର୍ଡ ସଦସ୍ୟ ଆହତ ୫୦୦ ସୈନ୍ୟଙ୍କୁ ମୁତୟନ ଲାଗି ଟ୍ରମ୍ପଙ୍କ ନିର୍ଦ୍ଦେଶ