ବ୍ରହ୍ମଗିରି, ମେ ୨୨(ଖବର ଓଡିଶା):
ପୁରୀ ସାତପଡା ରାସ୍ତାର ହଳଦିଆ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଏକ କାର୍ ଗଛରେ ପିଟି ହୋଇଛି । ଫଳରେ ଡ୍ରାଇବର ସମେତ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
ସୂଚନା ଅନୁସାରେ ଶନିବାର ବିଳମ୍ବିତ ରାତିରେ ପୁରୀ-ସାତପଡା ରାଜପଥର ମଠପାଟଣା ଛକ ଠାରେ ଏକ କାର୍ ଭାରସାମ୍ୟ ହରାଇ ଗଛକୁ ପଟିଥିଲା । ଫଳରେ କାରଟି ଗଛରେ ପୂରା ଚାପି ହୋଇ ରହିଥିଲା । ଗାଡିରେ ଥିବା ଡ୍ରାଇଭର ଓ ଅନ୍ୟ ଜଣଙ୍କର ଘଟଣାସ୍ଥରେ ହିଁ ମୃତ୍ୟୁ ହୋଇଥିଲା ।
ସେପଟେ ଖବର ପାଇଁ ଅଗ୍ନିଶମ ବାହିନୀ ପହଞ୍ଚି ମୃତକଙ୍କୁ ବାହାର କରିଥିଲା । ତେବେ ମୃତକ ଡ୍ରାଇଭର ଜଣକ ହେଉଛନ୍ତି ବ୍ରହ୍ମଗିରି ଥାନା ଭଗବାନପୁରର । ସେହିପରି ଅନ୍ୟଜଣେ ସେହି ଗାଁର ବୋଲି ଜଣାପଡିଛି ।