ରାଜ୍ୟରେ ଅନିୟନ୍ତ୍ରୀତ ଭାବରେ ବଢିଚାଲି ଥିବା କରୋନା ସଂକ୍ରମଣ ମଧ୍ୟରେ ଆଜି ଓଡ଼ିଶାରେ ୨୨୩୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏଥି ସହିତ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୩ ହଜାର ୧୭୧ରେ ପହଁଞ୍ଚିଛି। ଏହାକୁ ମିଶାଇ ରାଜ୍ୟରେ କରୋନାରୁ ଆରୋଗ୍ୟଙ୍କ ସଂଖ୍ୟା ୧୦ ଲକ୍ଷ ୫୨ ହଜାର ୩୯୫ରେ ପହଁଞ୍ଚିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ରଦତ୍ତଃ ସୂଚନା ମୁତାବକ ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୪୭୯ ଜଣ ସୁସ୍ଥ ହୋଇଛନ୍ତି । ଏହା ପଛକୁ ଖୋର୍ଦ୍ଧା ଜିଲ୍ଲାରୁ ୪୨୬ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। କଟକରୁ ୩୧୧, ସମ୍ବଲପୁରରୁ ୧୭୯, ଝାରସୁଗୁଡ଼ାରୁ ୧୫୬, ମୟୂରଞ୍ଜରୁ ୮୦, ସୁବର୍ଣ୍ଣପୁରରୁ ୫୬, ଯାଜପୁରରୁ ୪୭, ପୁରୀରୁ ୪୪, ଦେବଗଡ଼ରୁ ୩୭, ଅନୁଗୁଳ ଓ ବଲେଶ୍ୱରରୁ ୩୪ ଜଣ, ଢେଙ୍କାନାଳରୁ ୨୮, ଜଗତସିଂହପୁର ଓ ନବରଙ୍ଗପୁରରୁ ୨୪ ଜଣ, ରାୟଗଡ଼ାରୁ ୨୧, କନ୍ଧମାଳରୁ ୧୭, ଗଂଜାମ ଓ ନୟାଗଡ଼ରୁ ୧୫, ବରଗଡ଼ ଓ ବଲାଙ୍ଗୀରରୁ ୧୪, କେନ୍ଦ୍ରାପଡ଼ାରୁ ୯, ଗଜପତିରୁ ୮, ଭଦ୍ରକରୁ ୬, କଳାହାଣ୍ଡିରୁ ୪ ଓ ଷ୍ଟେଟ୍ପୁଲ୍ରୁ ୧୦୧ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।
ଓଡ଼ିଶାରେ ହୁ ହୁ ହୋଇ ବଢୁଥିବା ସଂକ୍ରମଣ ମଧ୍ୟରେ ଆଜି ୧୦,୨୭୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୬୫ ଜଣ ଶିଶୁ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୯୬୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୪୩୧୧ ଜଣ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ହୋଇଥିଲେ । ଏହା ସହିତ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୧,୧୧,୮୭୯ ରେ ପହଁଞ୍ଚିଛି ।