ଫୁଲ ତୋଳିବା ସମୟରେ ମହିଳାଙ୍କୁ ଖଣ୍ଡାରେ ଆକ୍ରମଣ କରି ସୁନା ଗହଣା ଲୁଟିନେଲେ ୩ ଲୁଟେରା
Khabar Odisha:Three-robbers-attacked-a-woman-with-a-sword-while-picking-flowers-and-looted-gold-jewelry
ଭୁବନେଶ୍ୱର, ଫେବୃଆରୀ 23 (ଖବର ଓଡ଼ିଶା):

ରାଜଧାନୀରେ ଦିନକୁ ଦିନ ଅପରାଧ ବଢୁଥିବା ବେଳେ ଦିନ ଦି’ପହରରେ ମଧ୍ୟ ଲୁଟେରାମାନେ ଆତଙ୍କ ଖେଳାଉଛନ୍ତି । ଯାହାଫଳରେ ଧିରେ ଧିରେ ରାଜଧାନୀ ଅସୁରକ୍ଷିତ ହୋଇପଡ଼ିଲାଣି । ଆଜି ସକାଳେ ମଧ୍ୟ ରାଜଧାନୀରେ ଏପରି ଘଟଣା ଦଖିବାକୁ ମିଳିଛି ।

ଭୁବନେଶ୍ବର ସ୍ଥିତ ଚନ୍ଦ୍ରଶେଖରପୁର ଅଞ୍ଚଳରେ ସକାଳେ ଫୁଲ ତୋଳୁଥିବା ବେଳେ ପଲସରରେ ୩ ଜଣ ଦୁର୍ବୃତ୍ତ ଆସି ଖଣ୍ଡାରେ ଆକ୍ରମଣ କରି ଲୁଟ୍ କଲେ କରିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଚଂଳରେ ଆତଙ୍କ ଖେଳିଯାଇଛି ।

ତେବେ ଘଟଣା ଘଟିବା ସମୟରେ ମହିଳାଙ୍କ ପାଟିଶୁଣି ସ୍ବାମୀ ରକ୍ଷା କରିବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ଜଣାଡିଛି । ଏହି ଆକ୍ରମଣରେ ଦୁଇଜଣ ଗୁରୁତର ଆହତ ହୋଇପଡ଼ିଛନ୍ତି  ଏବଂ ଉଭୟଙ୍କୁ ସ୍ଥାନୀୟଲୋକ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦିଆଯିବା ପରେ ପୋଲିସ ଛାନଭିନ୍ ଆରମ୍ଭ କରିଛି ।

  • Tags:

Subscribe

National International State Sports Entertainment