କଇଁଛ ଧରିବାକୁ ଯାଇ କୂଅରେ ବୁଡି ୩ ଜଣଙ୍କ ମୃତ୍ୟୁ
Khabar Odisha:Three-people-drowned-in-a-well-while-trying-to-catch-a-turtle

ବିନିକା, ସେପ୍ଟେମ୍ବର ୧୪ (ଖବର ଓଡ଼ିଶା): ସୂବର୍ଣ୍ଣପୁର ଜିଲ୍ଲା ବିନିକାରେ ଅଭାବନୀୟ ଘଟଣା । କୂଅରେ ବୁଡି ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ।

କଇଁଛ ଧରିବାକୁ ଯାଇ କୂଅରେ ପଡି ଶ୍ୱାସରୁଦ୍ଧ ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ କୁଇବାହାଲ ଆନନ୍ଦପୁର ଗାଁ ରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଏକ ପରିତ୍ୟକ୍ତ କୂଅରେ କଇଁଛ ଧରିବାକୁ ପଶିଥିଲେ ଶ୍ୱଶୁର, ଜ୍ୱାଇଁ ଓ ଶଳା । କଇଁଛ ଧରୁଧରୁ ହଠାତ୍ ଜଣଙ୍କର ଗୋଡ ଖସିଯାଇଥିଲା ଏବଂ ତାକୁ ଉଦ୍ଧାର କରିବାକୁ ଯାଇ ବାକି ଦୁଇ ଜଣ ମଧ୍ୟ କୂଅରେ ପଡିଯାଇଥିଲେ । 

ଏହାପରେ ଘଟଣାସ୍ଥଳରେ ବିନିକା ଅଗ୍ନିଶ୍ରମ ବାହିନୀ ପହଞ୍ଚି ୩ ଜଣଙ୍କୁ ଉଦ୍ଧାର କରିଥିଲେ । ମାତ୍ର ଶ୍ୱାସରୁଦ୍ଧ ହୋଇ ୩ ଜଣ ଯାକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଭଳି ଅକାଳ ମୃତ୍ୟୁକୁ ନେଇ ଏବେ ଗାଁରେ ଶୋକର ଛାୟା ଖେଳିଯାଇଛି।

  • Tags:

Subscribe

National International State Sports Entertainment