ନୂଆଦିଲ୍ଲୀ, ଜାନୁଆରୀ 13 (ଖବର ଓଡ଼ିଶା):
କରୋନା କଟକଣା କାରଣରୁ ବନ୍ଦ ପଡ଼ିଥିବା ସ୍କୁଲ୍ ଧିରେ ଧିରେ ଖୋଲିବାରେ ଲାଗିଛି । ତେବେ ଏହାରି ଭିତରେ ଜାନୁୟାରୀ ୧୮ ଠାରୁ ରାଜଧାନୀ ଦିଲ୍ଲୀରେ ସ୍କୁଲ ଖୋଲିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ର ସ୍କୁଲକୁ ଅଭିଭାବକଙ୍କ ଅନୁମତି ନେଇ ଆସିପାରିବେ। ଅନ୍ଲାଇନ୍ ପାଠପଢ଼ା ପୂର୍ବ ପରି ଜାରି ରହିବ ବୋଲି ଜାରି ହୋଇଥିବା ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି। ତେବେ ଉପସ୍ଥାନ ବାଧ୍ୟତାମୂଳକ ନୁହେଁ।