ଭୁବନେଶ୍ବରରେ ଦୃତ ଗତିରେ କମୁଛି ସଂକ୍ରମିତଙ୍କ ସଂଖ୍ୟା ଗତ 24 ଘଣ୍ଟାରେ 246 ସଂକ୍ରମିତ,551 ସୁସ୍ଥ
Khabar Odisha:The-number-of-infected-in-Bhubaneswar-is-declining-rapidly-in-the-last-24-hours-246-infected-and-551-healthy

ଭୁବନେଶ୍ୱର, ଜୁନ୍ 21(ଖବର ଓଡ଼ିଶା): ଗତ ୨୪ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ମହାନଗର ନୀଗମରେ 246 ନୁଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ସଂକ୍ରମିତ ଚିହ୍ନଟ ହୋଇଥିବା 246 ଙ୍କ ମଧ୍ୟରୁ 211 ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ଏବଂ 35 ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟାର 246 ନୁଆ ସଂକ୍ରମଣକୁ ମିଶାଇ ରାଜଧାନୀରେ ସକ୍ରିୟ ସଂକ୍ରମଣ ସଂଖ୍ୟା ଏବେ 1544 ରେ ପହଁଚିଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା 86,935 ରେ ପହଁଚିଛି । ଏହା ସହିତ ଶେଷ ୨୪ଘଣ୍ଟାରେ 551 ଜଣ ସୁସ୍ଥ ହୋଇଛନ୍ତି, ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ମୋଟ 84,963 ରେ ପହଁଚିଛି । ତେବେ ଗତ ୨୪ଘଣ୍ଟା ପାଞ୍ଚ ଜଣ ମୃତ୍ୟୁ ବରଣ କରିଛନ୍ତି ଏବଂ 407 ରେ ମୃତ ତାଲିକା ରହିଛି।

  • Tags:

Subscribe

National International State Sports Entertainment