ରାଜଧାନୀରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା, ଭୁବନେଶ୍ୱରରୁ ୨୪ ଘଣ୍ଟାରେ ପୁଣି ୪୮ଡେଙ୍ଗୁ ରୋଗୀ ଚିହ୍ନଟ
Khabar Odisha:The-number-of-dengue-patients-is-increasing-in-the-capital-48-more-dengue-patients-were-detected-in-24-hours-from-Bhubaneswar
ଭୁବନେଶ୍ୱର,ସେପ୍ଟେମ୍ବର ୨୩(ଖବର ଓଡିଶା):

ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଭୁବନେଶ୍ୱରରୁ ପୁଣି ୪୮ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତ ଭୁବନେଶ୍ୱରରେ ୨ହଜାରରୁ ଅଧିକ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ ହୋଇସାରିଲେଣି । 

ତେବେ ଅଗଷ୍ଟ ମାସରେ ୭୬୩ ଓ ସେପ୍ଟେମ୍ବରରେ ବର୍ତ୍ତମାନ ସୁଦ୍ଧା ୧ହଜାର ୩ଜଣ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଏହା ବ୍ୟତୀତ ଭୁବନେଶ୍ୱର ଉପକଣ୍ଠରୁ ୫ଶହରୁ ଅଧିକ ଡେଙ୍ଗୁ ରୋଗୀ ଅଛନ୍ତି । ବର୍ତ୍ତମାନ ଟେଷ୍ଟିଂ ପଜିଟିଭିଟି ରେଟ୍ ଶତକଡ଼ା ୬୦ପ୍ରତିଶତରୁ ହ୍ରାସ ପାଇ ୩୦ପ୍ରତିଶତକୁ ଆସିଛି ।

ସେହିପରି ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରେ ମଧ୍ୟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିଛି । ୩ଜଣ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ସହ ଜିଲ୍ଲାରେ ମୋଟ ୫୬ଜଣ ଚିହ୍ନଟ ହୋଇଛନ୍ତି । ଗତବର୍ଷ ୨୦୨୧ରେ ଗଞ୍ଜାମ ଜିଲ୍ଲାରେ ମୋଟ ୩୩୩ ଜଣ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଥିଲେ ।

  • Tags:

Subscribe

National International State Sports Entertainment