ଡାକ୍ତରଖାନାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ରହିଛି- ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଭୁବନେଶ୍ୱର , ଜାନୁଆରୀ ୧୮ (ଖବର ଓଡ଼ିଶା): Share story: ରାଜ୍ୟରେ ଗତ କିଛି ଦିନ ହେବ ଦୈନିକ ସଂକ୍ରମଣ ସ୍ଥିର ରହିଛି । ଦୈନିକ ୧୧ ହଜାର ପାଖାପାଖି ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଆଶ୍ୱସ୍ତିତକର ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର । ସେ କହିଛନ୍ତି ଯେ ରାଜ୍ୟରେ ବର୍ତ୍ତମାନ ଜେନେରାଲ ବେଡ଼ ୯ପ୍ରତିଶତ, ଆଇସିୟୁ ବେଡ଼ ୧୫ ପ୍ରତି ଶତ, ଭେଣ୍ଟିଲେଟର ୫ରୁ ୬ ପ୍ରତିଶତ ରହିଥିବା ବେଳେ ଶିଶୁ ମାନଙ୍କ ମେଡିକାଲ ଅଡମିଶନ ହାର କମ୍ ରହିଛି । ତେବେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ମୁତାବକ ଦୈନିକ ସଂକ୍ରମଣ ଟ୍ରେଣ୍ଡ୍ ବିଷୟରେ ଜାଣିବା ପାଇଁ ଅତିକମ୍ରେ ୧୪ ରୁ ୧୫ ଦିନ ଆବଶ୍ୟକ । ତେଣୁ ସଂକ୍ରମଣ ଆଗକୁ ବଢିବ ନା କମିବ ସେ ନେଇ କିଛି କୁହାଯାଇ ପାରିବ ନାହିଁ । ତେବେ ଓଡ଼ିଶାରେ ଆଜି ୧୧ ହଜାର ୦୮୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ଗତକାଲି ସଂକ୍ରମଣଠାରୁ ୫୯୭ ଅଧିକ । ରାଜ୍ୟରେ ଏବେ ୫ ଜିଲ୍ଲା ସଂକ୍ରମଣର ଲାଲ ବଳୟ ଭିତରେ ରହିଥିବା ବେଳେ ୮୦ ହଜାର ୯୧୪ ସକ୍ରିୟ ସଂକ୍ରମିତ ରହିଛନ୍ତି । ସେହିପରି ଗତକାଲି ୫୯୬୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖବର ଓଡ଼ିଶା, Reporter, 18/01/2022