ମହାପ୍ରଭୁଙ୍କ ଦର୍ଶନ ପାଇଁ ଜାରି ହେଲା ନୂଆ ଏସଓପି, ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରହିବ ବଳବତ୍ତର
Khabar Odisha:The-new-SOP-issued-for-Srimandir

ପୁରୀ, ଅକ୍ଟୋବର ୧୭(ଖବର ଓଡ଼ିଶା): କରୋନା କଟକଣା ମଧ୍ୟରେ ପୁରୀ ଶ୍ରୀମନ୍ଦିର ଖୋଲିଥିବା ବେଳେ ପ୍ରାୟ ସବୁ ସମୟରେ ରାଜ୍ୟରେ କରୋନା ସ୍ଥିତି ଓ ବିଶେଷ ଭାବରେ ପୁରୀ ସହରରେ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ସର୍ବ ସାଧାରଣ ଦର୍ଶନ ନିମନ୍ତେ ଭିନ୍ନ ଭିନ୍ନ ଗାଇଡଲାଇନ୍ ଜାରି କରାଯାଇ ଆସୁଛି ।

ବର୍ତ୍ତମାନ ମଧ୍ୟ ସମାନ ଭାବରେ ଛତିଶା ନିଯୋଗର ବୈଠକ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ନୂଆ ଏସଓପି ଜାରି କରାଯାଇଛି । ଏହି ଏସଓପି ଆଜିଠାରୁ ଆଗାମୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ବଳବତ୍ତର ରଖାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରତିଦିନ ଶ୍ରୀମନ୍ଦିରରେ ସପ୍ତାହକୁ ୬ ଦିନ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ବିଶୋଧନ ପାଇଁ ପ୍ରତି ରବିବାର ଦର୍ଶନ ବନ୍ଦ ରହିବ ।

ଆସନ୍ତା ୨୦ ତାରିଖ କୁମାର ପୂର୍ଣ୍ଣିମାରେ ଶ୍ରୀମନ୍ଦିର ଖୋଲା ରହିବ । ନଭେମ୍ବରରେ ୪ ତାରିଖ ଦୀପାବଳୀ, ୧୫ ତାରିଖ ବଡ଼ ଏକାଦଶୀ ଓ ୧୯ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ । 

ମହାପ୍ରଭୁଙ୍କ ଦର୍ଶନ ପାଇଁ ୯୬ ଘଣ୍ଟାର କୋଭିଡ୍ ନେଗେଟିଭ ରିପୋର୍ଟ ଅବା ଡବଲ ଡୋଜ୍ କୋଭିଡ ଟିକା ବାଧ୍ୟତାମୂଳକ କରାଯାଇଛି । କିଓସ୍କ ସେଣ୍ଟରେ ଏହି ପ୍ରମାଣପତ୍ର ସହ ନିଜ ଆଧାରକାର୍ଡ ଅବା ଅନ୍ୟ ପ୍ରମାଣପତ୍ର ଦେଖାଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ ।

ଏହାଛଡା ଧାର୍ଯ୍ୟ ସ୍ଥାନରେ ଭକ୍ତମାନେ ଦୀପ, ଧୂପ ଲଗାଇ ପାରିବେ । ଫୁଲ, ଭୋଗ ଆଦି ନେଇପାରିବେ । ଆନନ୍ଦ ବଜାରରେ ବସି ମହାପ୍ରସାଦ ସେବନ କରିପାରିବେ । ପୂର୍ବ ବୈଠକର ନିଷ୍ପତି ଅନୂଯାଇ ପାନ, ଗୁଟଖା ଖାଇବା, ପଲିଥିନ ଆଦି ନେବାରେ କଟକଣା ଲଗାଯାଇଛି । ପାନ, ଗୁଟଖା ଖାଇ ଶ୍ରୀମନ୍ଦିର ଗଲେ ୫ଶହ ଟଙ୍କା ଜରିମାନା କରାଯିବ । ପଲିଥିନ ନେଇ ଧରାପଡିଲେ ୧ହଜାର ଟଙ୍କା ଜରିମାନା କରାଯିବ ।

  • Tags:

Subscribe

National International State Sports Entertainment